Categories: ଖେଳ

ଫାଓ ସୁପରକପ୍‌ ସେମିଫାଇନାଲ ଚୂଡ଼ାନ୍ତ

ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଫଳରେ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇ ଯାଇଛି। ରାଧାରମଣ କ୍ଲବ, ସ୍ପୋଟର୍‌ସ ଓଡ଼ିଶା, ସନ୍‌ରାଇଜ୍‌ କ୍ଲବ ଏବଂ ରାଇଜିଂ ଷ୍ଟାର କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ପ୍ରଥମ ସେମିଫାଇନାଲରେ ସନ୍‌ରାଇଜ୍‌ କ୍ଲବକୁ ରାଧାରମଣ ଏବଂ ଦ୍ୱିତୀୟ ସେମିରେ ସ୍ପୋଟର୍‌ସ ଓଡ଼ିଶାକୁ ରାଇଜିଂ ଷ୍ଟାର କ୍ଲବ ଭେଟିବ। ଶୁକ୍ରବାର ଅନୁଷ୍ଠିତ ଶେଷ ୨ଟି କ୍ୱାର୍ଟର ଫାଇନାଲରେ ରାଇଜିଂ ଷ୍ଟାର କ୍ଲବ ଓ ସନ୍‌ରାଇଜ୍‌ କ୍ଲବ ବିଜୟୀ ହୋଇଛନ୍ତି। ସନ୍‌ରାଇଜ୍‌ ୧-୦ ଗୋଲରେ ଇଣ୍ଡିପେଣ୍ଡଣ୍ଟ କ୍ଲବକୁ ପରାସ୍ତ କରିଛି। ସେହିପରି ଅନ୍ୟ ମ୍ୟାଚରେ ରାଇଜିଂ ଷ୍ଟାର କ୍ଲବ ପେନାଲ୍ଟି ଶୁଟ୍‌ଆଉଟ୍‌ ୪-୨ ଗୋଲରେ ୟଙ୍ଗ୍‌ଉତ୍କଳ କ୍ଲବକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୫-୫ ଗୋଲରେ ବରାବର ରହିଥିଲା।

Share