Categories: ଜାତୀୟ

ଫାବ୍‌ଇଣ୍ଡିଆ ଦେଲା ସଫେଇ: ଜଶନ୍‌-ଇ-ରିଓ୍ବାଜ୍‌ ନୁହେଁ, ‘ଝିଲମିଲ୍‌ ସି ଦିୱାଲି’

ନୂଆଦିଲ୍ଲୀ,୧୯।୧୦: ଡ୍ରେସ୍‌ ବ୍ରାଣ୍ଡ ଫାବ୍‌ଇଣ୍ଡିଆ ଦ୍ୱାରା ଏକ ପ୍ରମୋଶନାଲ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ କମ୍ପାନୀ ପକ୍ଷରୁ ମଙ୍ଗଳବାର ସଫେଇ ଦିଆଯାଇଛି। କମ୍ପାନୀ କହିଛି ଯେ, ଜଶନ୍‌-ଇ-ରିଓ୍ବାଜ୍‌କୁ ଦୀପାବଳି ପର୍ବ ସହ ଯୋଡା ଯାଉଛି। କିନ୍ତୁ ଏହା ଦୀପାବଳି ସହିତ ଜଡିତ ନୁହେଁ। ଦୀପାବଳିି ପାଇଁ ଖୁବ ଶୀଘ୍ର ‘ଝିଲମିଲ୍‌ ସି ଦିୱାଲି’ ପ୍ରେମୋ ଲଞ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ କମ୍ପାନୀ ଏହାର ଉତ୍ସବ କଲେକ୍ସନରେ ଜଶନ-ଇ-ରିୱାଜ ପ୍ରମୋସନାଲ ଲାଇନ ବ୍ୟବହାର କରିଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। କିଛି ଦକ୍ଷିଣପନ୍ଥୀ ଗୋଷ୍ଠୀ କହିଛନ୍ତି ଯେ, ହିନ୍ଦୁ ପର୍ବରେ ମନଇଚ୍ଛା ମୁସଲିମ ଭାବନା ଯୋଡା ଯାଉଛି। ଏହା ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି।
ସୂଚନା ଅନୁସାରେ. ଅକ୍ଟୋବର ୯ରେ କମ୍ପାନୀ ଜଶନ-ଇ-ରିୱାଜ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ କରିଥିଲା। ଯାହା ପରେ ସୋସିଆଲ ମିଡିଆରେ କମ୍ପାନୀର ଉତ୍ପାଦକୁ ବଏକଟ୍‌ କରିବାକୁ ଦାବି କରାଯାଇଥିଲା। କମ୍ପାନୀ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, କମ୍ପାନୀର ପ୍ରମୋସନାଲ କ୍ୟାପସୁଲ ‘ଜଶନ-ଇ-ରିୱାଜ’ ଭାରତୀୟ ପରମ୍ପରା ପାଇଁ ଥିଲା। ଦୀପାବଳି ସହିତ ଏହାର କୌଣସି ସମ୍ପର୍କ ନାହିଁ। ତେବେ ବିବାଦ ବୃଦ୍ଧି ପାଇବା ପରେ କମ୍ପାନୀ ସେହି ଜଶନ-ଇ-ରିୱାଜ ଟୁଇଟ୍‌ ଡିଲିଟ କରିଛି। କମ୍ପାନୀର ଜଶନ-ଇ-ରିଓ୍ବାଜ୍‌ ଟୁଇଟକୁ ଭାଜପା ମଧ୍ୟ ଦୃଢ ବିରୋଧ କରିଥିଲା।

 

Share