‘ଇଚ୍ଛା ହେଲେ ପିନ୍ଧନ୍ତୁ ମାସ୍କ ନ ହେଲେ ନାହିଁ’

ଲଣ୍ଡନ,୪।୭: ଇଚ୍ଛା ହେଲେ ମାସ୍କ ପିନ୍ଧନ୍ତୁ ନ ହେଲେ ନାହିଁ। ୟୁନାଇଟେଡ୍‌ କିଙ୍ଗ୍‌ଡମ (ୟୁକେ)ରେ ଖୁବ୍‌ଶୀଘ୍ର ଏଭଳି ନିୟମ ଆସିବ। ଏ ନେଇ ରବିବାର ଅନ୍ତର୍ଜାତୀୟ ଗଣମାଧ୍ୟମ ରଏଟର୍ସକୁ ସୂଚନା ଦେଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ।

ଯଦି ଅନୁମତି ମିଳେ, ତେବେ ଆପଣ କ’ଣ ମାସ୍କ ପିନ୍ଧିବେ ନାହିଁ। ଏହି ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ଜନସନ କହିଥିଲେ, ”ଯଦି ସମ୍ଭବ ହୁଏ, ତେବେ ଅନେକ ଲୋକ ମାସ୍କଠାରୁ ଦୂରେଇ ଯିବାକୁ ପସନ୍ଦ କରିବେ। ମୁଁ ମଧ୍ୟ ମାସ୍କ ପିନ୍ଧିବି ନାହିଁ। ମୋତେ ଏହା ପସନ୍ଦ ନୁହେଁ। ମାସ୍କ ପିନ୍ଧିବାକୁ ଅଧିକ ଲୋକେ ପସନ୍ଦ କରୁଥିବା ମୋତେ ଲାଗୁ ନାହିଁ। ଆଗକୁ ଏଭଳି ସମୟ ଆସିବ ମାସ୍କ ପିନ୍ଧିବା ୟୁକେରେ ବ୍ୟକ୍ତିଗତ ପସନ୍ଦର ବିଷୟ ହୋଇଯିବ“।

Share