ଘରେ କରନ୍ତୁ ଫେସିଆଲ

ରଜରେ ସଜବାଜର ଏକ ସ୍ବତନ୍ତ୍ର ବିଧି ରହିଥାଏ। ତେବେ ସଜବାଜ ପୂର୍ବରୁ ଯଦି ପାର୍ଲର ଯିବାକୁ ଭୁଲିଯାଇଛନ୍ତି ତେବେ ଘରେ କରନ୍ତୁ ଫେସିଆଲ୍‌…

ବେସନ ପ୍ୟାକ୍‌ – ଏକ ବଡ଼ ଚାମଚ ବେସନ, ଏକ ଛୋଟ ଚାମଚ ଅର୍ଗାନିକ୍‌ ହଳଦୀ ଗୁଣ୍ଡ, ୧ ଚାମଚ ମହୁ ଓ ୨ ବଡ଼ ଚାମଚ କ୍ରିମ୍‌କୁ ନେଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଶୁଖିବା ପରେ ଗୋଲାପ ଜଳ ଲଗାଇ ଗୋଲାକାରରେ ଘଷି ଧୋଇଦିଅନ୍ତୁ। ସପ୍ତାହକୁ ଅତିକମ୍‌ରେ ଦୁଇ ଥର ଏପରି ଫେସିଆଲ କଲେ ତ୍ୱଚାର ଚମକ ଢେର୍‌ ବୃଦ୍ଧି ପାଇବ।
ଚାଉଳ ପ୍ୟାକ୍‌ – ୨ ଚାମଚ ଚାଉଳ ଗୁଣ୍ଡରେ ୧ ଚାମଚ କ୍ରିମ୍‌ ଓ ଗୋଲାପ ଜଳ ମିଶାଇ ପ୍ୟାକ୍‌ ତିଆରି କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ଶୁଖିବା ପରେ ହାଲ୍‌କା ମସାଜ୍‌ କରି କିଛି ସମୟ ପରେ ମୁହଁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ମୁଲାୟମ ହେବ।
କଦଳୀ ପ୍ୟାକ୍‌ – ୧ ବଡ଼ କଦଳୀକୁ ଭଲଭାବେ ପେଷ୍ଟ କରି ସେଥିରେ ୧ ଚାମଚ ମହୁ ଓ ଅଳ୍ପ ଚନ୍ଦନ ପାଉଡର ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ମସାଜ୍‌ କରିବା ପରେ ଧୋଇଦିଅନ୍ତୁ।
ଗୋଲାପଫୁଲ ପ୍ୟାକ୍‌ – ୧୫-୨୦ଟି ଗୋଲାପ ଫୁଲ ପାଖୁଡ଼ାକୁ ଗାଢ଼ କ୍ଷୀରରେ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣକୁ କିଛି ସମୟ ଫ୍ରିଜ୍‌ରେ ରଖି ମୁହଁ ଓ ବେକରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁ ଧୋଇଦିଅନ୍ତୁ। ତ୍ୱଚା ଫ୍ରେଶ୍‌ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ… -କେଶକୁ...

ତରକାରିରେ ଲୁଣ ଅଧିକ ହୋଇଯାଇଥିଲେ.. ଆପଣାନ୍ତୁ ଏହି ଉପାୟ

– ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri