Categories: ଖେଳ

ଗମ୍ଭୀର-କୈଫ ହେଲେ ମୁହାଁମୁହିଁ, କାହିଁକି ବିବାଦ ?…

ମୁମ୍ବାଇ,୨୭।୧୧ : ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ଭାରତୀୟ ଜନତା ଦଳର ନେତା ଗୌତମ ଗମ୍ଭୀର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅଷ୍ଟ୍ରେଲିଆ ଷଷ୍ଠ ଥର ଚାମ୍ପିୟନ ହେବା ପରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ତାଙ୍କ ସାଥୀ ମହମ୍ମଦ କୈଫଙ୍କ ବିବୃତ୍ତିକୁ ସେ ସମାଲୋଚନା କରିଛନ୍ତି। ଫାଇନାଲ ମ୍ୟାଚ ପରେ ନିଜର ମତାମତ ଦେଇ କୈଫ କହିଥିଲେ ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳ ବିଶ୍ୱକପ ଜିତି ନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଶକ୍ତିଶାଳୀ ଦଳ ଭାରତ ଏବଂ ଅନ୍ୟ କେହି ନୁହଁ।

ଗମ୍ଭୀର ବର୍ତ୍ତମାନ କୈଫଙ୍କ ଏହି ବିବୃତ୍ତି ଉପରେ ନିଜର ମତାମତ ଦେଇଛନ୍ତି। ସେ କହିଛନ୍ତି, ଯେତେ ହେଲେ ମଧ୍ୟ ବିଶ୍ୱକପ ଜିତିଥିବା ଦଳ ହେଉଛି ସର୍ବୋତ୍ତମ ଦଳ।
ସେ ରୋହିତ ଶର୍ମା ଏବଂ ଟିମ୍‌ ଇଣ୍ଡିଆକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତୀୟ ଦଳ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ। ସେମାନେ ଭଲ କ୍ରିକେଟ ଖେଳିଥିଲେ, କିନ୍ତୁ ବିଶ୍ୱକପ ଜିତୁଥିବା ଦଳ ହେଉଛି ସର୍ବୋତ୍ତମ ଦଳ।

କେବଳ ଏତିକି ନୁହେଁ ଗମ୍ଭୀର କୈଫଙ୍କ ବକ୍ତବ୍ୟକୁ ଅଜବ ବୋଲି କହିଛନ୍ତି। ସେ କହିଛନ୍ତି ବାସ୍ତବରେ ଶ୍ରେଷ୍ଠ ଦଳ ବିଶ୍ୱକପ ଜିତିଛି।

ଗମ୍ଭୀରଙ୍କ ବ୍ୟତୀତ ଅଷ୍ଟ୍ରେଲୀୟ ଓପନର୍‌ ଡେଭିଡ ୱାର୍ନର ମଧ୍ୟ ସମାନ କଥା କହିଛନ୍ତି। ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ପୋଷ୍ଟ କରି ସେ କୈଫଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୱାର୍ଣ୍ଣର କହିଛନ୍ତି ବାସ୍ତବରେ ଅଷ୍ଟ୍ରେଲିଆ ଦଳ ଭଲ ଥିଲା।

 

Share