ରାଜ୍ୟପାଳଙ୍କୁ ମୁହାଁମୁହିଁ ଚେତାବନୀ: ରାଜନୀତିରୁ…

ଭୁବନେଶ୍ୱର,୨୬।୧୦: ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ରାଜ୍ୟପାଳ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଛନ୍ତି l ତେଣୁ ଓଡ଼ିଶାର ରାଜ୍ୟପାଳ ଝାଡ଼ଖଣ୍ଡ ରାଜନୀତିରୁ ଦୂରେଇ ରୁହନ୍ତୁ । ରାଜଭବନରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ  ରାଜଭବନରେ ବସି ନିର୍ବାଚନ ପରିଚାଳନା କଲେl ଶୁକ୍ରବାର ଝାଡ଼ଖଣ୍ଡ ନିର୍ବାଚନ ପାଇଁ  ଭାଜପା ଷ୍ଟାର ପ୍ରଚାରକ  ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନାଁ ରହିଛି l ଏହା ରାଜନୀତି ନୁହେଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ପୂର୍ବରୁ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ l ଓଡ଼ିଶାରୁ ଦିଲ୍ଲୀ ଯାଏ ଆନ୍ଦୋଳନ ଓ ପ୍ରତିବାଦ କରାଯାଇଛି l ରାଷ୍ଟ୍ରପତିଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି l ଯେଉଁ ଭାଜପା ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଲା, ଜଣେ ଓଡିଆ ଅଧିକାରୀ ମାଡ଼ ଖାଇଲେ, ଆଜି ଯାଏଁ ନ୍ୟାୟ ଦେଇପାରିଲାନି । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ଭାଜପାକୁ ଜୟଦେବ ଜେନା ପ୍ରଶ୍ନ କରିଛନ୍ତି।
Share