Categories: ଜାତୀୟ

ଫିଲ୍ମ ସିଟିକୁ ନେଇ ମୁହାଁମୁହିଁ: ପ୍ରତିଯୋଗିତା ସ୍ବାଗତ ଯୋଗ୍ୟ, ଧମକକୁ ସହ୍ୟ କରାଯିବ ନାହିଁ

ମୁମ୍ବାଇ,୨।୧୨: ନୋଏଡ଼ାରେ ଫିଲ୍ମ ସିଟି ନିର୍ମାଣ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ପ୍ରତିପକ୍ଷ ଉଦ୍ଧବ ଠାକ୍‌ରେ ମୁହାଁମୁହିଁ ହୋଇଛନ୍ତି। ଉଦ୍ଧବ କହିଛନ୍ତି ଯେ, ମୁମ୍ବାଇ ଭଳି ଢାଞ୍ଚାରେ ଫିଲ୍ମ ସିଟି ନିର୍ମାଣ ଏକ ଭଲ ଚିନ୍ତାଧାରା। ବଲିଉଡ୍‌ ସହିତ ପ୍ରତିଯୋଗିତା ସ୍ବାଗତ ଯୋଗ୍ୟ। ତେବେ କୌଣସି ଧମକକୁ ସହ୍ୟ କରାଯିବ ନାହିଁ ବୋଲି ଉଦ୍ଧବ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଭାରତୀୟ ବଣିକ ସଂଘ ସହିତ ଏକ ବୈଠକରେ ଉଦ୍ଧବ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆଦିତ୍ୟନାଥଙ୍କ ନାମ ନେଇ ଉଦ୍ଧବ ଏଭଳି କହିଛନ୍ତି। ଏବେ ଉଦ୍ଧବଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share