ନ୍ୟୁଜ୍‌ ଓ୍ବେବସାଇଟ୍‌କୁ ବ୍ୟାନ୍‌ କଲା ଫେସବୁକ୍‌

କାନବେରା,୧୮।୨: ସୁରକ୍ଷାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆରେ ଫେସବୁକ୍‌ ପକ୍ଷରୁ କେତେକ ନ୍ୟୁଜ୍‌ ଓ୍ବେସାଇଟ୍‌ ସହିତ ଅନ୍ୟ ପେଜ୍‌କୁ ବ୍ୟାନ୍‌ କରିଛି। ଏହାଦ୍ୱାରା ଜରୁରିକାଳୀନ ସେବା ପ୍ରଭାବିତ ହୋଇଛି। କରୋନା ସଂକ୍ରମଣ ସମ୍ପର୍କରେ ୟୁଜରଙ୍କୁ ଅବଗତ କରାଉଥିବା ପେଜ୍‌ ମଧ୍ୟ ଅକାମୀ ହୋଇ ଯାଇଛି। କେତେକ ସରକାରୀ ପେଜ୍‌ ଏବଂ ଓ୍ବେବସାଇଟ୍‌ ଉପରେ ମଧ୍ୟ ଫେସବୁକ୍‌ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବାରୁ ସାଧାଲୋକେ ଅସୁବିଧାରେ ପଡ଼ିଛନ୍ତି। ପାଣିପାଗ ସମ୍ପର୍କିତ ସୂଚନା ଏବେ ଲୋକଙ୍କ ପାଖରେ ପହଞ୍ଚିପାରୁ ନ ଥିବାରୁ ସଙ୍କଟ ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆରେ ନ୍ୟୁଜ୍‌ ଦେଖାଇଲେ ଆବଶ୍ୟକ ଅର୍ଥ ଦେବାକୁ ପଡ଼ିବ ବୋଲି ଆଇନ ପ୍ରଣୟନ ପରେ ଫେସବୁକ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share