ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ଫେସ୍‌ବୁକର ନୂଆ ବ୍ୟବସ୍ଥା

କାବୁଲ,୨୨।୮ : ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଫଗାନିସ୍ତାନରେ ଫେସବୁକ ଓ ଟୁଇଟର ୟୁଜର୍ସଙ୍କ ଫ୍ରେଣ୍ଡ୍‌ଲିଷ୍ଟ ଲୁକାୟତ ରଖିବା ଲାଗି ଲକ୍‌ ଡାଉନ ଅପଶନ ଦିଆଯିବ। ଏହାକୁ ୟୁଜର୍ସ ଗୋଟିଏ କ୍ଲିକ୍‌ରେ ନିଜ ଆକାଉଣ୍ଟକୁ ଲକ୍‌ କରିପାରିବେ। ଫଳରେ ଟାଇମଲାଇନ୍‌ରେ ଥିବା ଫଟୋକୁ ତାଙ୍କ ପ୍ରେଣ୍ଡ୍‌ଲିଷ୍ଟରେ ନ ଥିବା ୟୁଜର୍ସ ଦେଖି ପାରିବେ ନାହିଁ । ଆଉ ପ୍ରୋଫାଇଲ ଫଟୋ ମଧ୍ୟ ଶେୟାର କରିପାରିବେ ନାହିଁ ବୋଲି ଫେସବୁକର ସିକ୍ୟୁରିଟି ପଲିସି ମୁଖ୍ୟ ନାଥାନିଏଲ ଗ୍ଲାଇଚର କହିଛନ୍ତି।

ତାଲିବାନ୍‌ ତା’ର ଶତ୍ରୁଙ୍କୁ ଟ୍ରାକ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ସହାୟତା ନେଇପାରେ ବୋଲି ମାନବାଧିକାର ସଂଗଠନମାନେ ଚିନ୍ତା ପ୍ରକଟ କରିଥିଲେ। ତାଲିବାନୀ ଆତଙ୍କବାଦୀମାନେ ଶିକ୍ଷାବିତ୍‌, ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କ ଉପରେ ପ୍ରତିଶୋଧ ନେଇପାରନ୍ତି ବୋଲି ଆମ୍ନେଷ୍ଟି ଏହି ସପ୍ତାହରେ କହିଛି। ନିକଟରେ ପୂର୍ବତନ ଆଫଗାନ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା ମହିଳା ଖେଳାଳିଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରିବାକୁ ପରାମର୍ଶ ଦେଇଥିଲେ।

Share