ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଡାଉନ

ୱାଶିଂଟନ,୧୮ ।୫: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଡାଉନ ଥିବା କୁହାଯାଉଥିବା ବେଳେ ଅଧିକାଂଶ ୟୁଜର୍ସଙ୍କ ପାଇଁ ଏହା ସମସ୍ୟା ହୋଇଯାଇଛି । ଡାଉନଡିଟେକ୍ଟରର ରିପୋର୍ଟ ଅନୁଯାୟୀ, ମେଟା ପ୍ଲାଟଫର୍ମସକୁ ୟୁଏସ ଓ ୟୁକେରେ ସମସ୍ୟା ହୋଇଛି ।
ଏପର୍ଯ୍ୟନ୍ତ ଏହି ସମସ୍ୟାର କାରଣ ଜଣାପଡିନାହିଁ । ଏହା ମେଟାର ସର୍ଭର ବା ତା’ର ଉପକରଣ ସମ୍ବନ୍ଧିତ ହୋଇପାରେ । ଯାହାର ଉପଯୋଗ ଲୋକେ ଆପ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରିବା ପାଇଁ କରାଯାଏ । ଆଇ ଫୋନ ୟୁଜର୍ସ ମେଟା ମାଲିକାନା ଥିବା ଆପକୁ ଉପଯୋଗ କରିବାକୁ ଚେଷ୍ଟା କରୁଛନ୍ତି, ହେଲେ ସେମାନଙ୍କୁ ଏହା ଅସ୍ଥାୟୀଭାବେ ଉପଲବ୍ଧ ନ ଥିବା ମେସେଜ ମିଳୁଛି ।
ୟୁଜର୍ସ ସେମାନଙ୍କ ରାଗ ଶାନ୍ତ କରିବା ପାଇଁ ଟୁଇଟର ଭଳି ଅନ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କ’ଣ ଫେସବୁକ ଓ ଇନଷ୍ଟାଗ୍ରାମ ଅନ୍ୟ କାହାପାଇଁ ବନ୍ଦ କରାଯାଇଛି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ସବୁ ବନ୍ଦ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯ ଏପ୍ରିଲରେ ଇନଷ୍ଟାଗ୍ରାମ ଡାଉନ ଥିବା ବେଳେ ୨୧ ଏପ୍ରିଲକୁ ଫେସବୁକ ଡାଉନ ହୋଇଯାଇଥିଲା ।

Share