ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍‌ ସଂସ୍କରଣ ପାଇଁ ଏହି ଦେୟ ୧୪.୯୯ ଅର୍ଥାତ୍‌ ପ୍ରାୟ ୧,୨୪୦ ଟଙ୍କା ରହିଛି। ବର୍ତ୍ତମାନ ମେଟା ଭେରିଫାଏଡ୍‌ର ଭାରତୀୟ ମୂଲ୍ୟ ସାମ୍ନାକୁ ଆସିଛି। ଭାରତୀୟ ୟୁଜର୍ସଙ୍କୁ ମାସକୁ ୧୪୫୦ ଟଙ୍କା ଦେବାକୁ ପଡିବ। ଏହି ମୂଲ୍ୟ ମୋବାଇଲ ସଂସ୍କରଣ ପାଇଁ ଅଟେ। ଏହି ଟଙ୍କା ଦେଇ ଉଭୟ ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବସାଇଟ କିମ୍ବା ୱେବ ସଂସ୍କରଣ ପାଇଁ ୧,୦୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ମେଟା ଭେରିଫାଏଡ ଅଧୀନରେ ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟଗୁଡିକ ସରକାରୀ ଆଇଡି କାର୍ଡ ଦେଇ ଭେରିଫାଏ କରାଯାଇପାରିବ। ମେଟା ଭେରିଫାଏଡ ସୁବିଧା ବର୍ତ୍ତମାନ ବ୍ୟବସାୟ ଏବଂ ୧୮ ବର୍ଷରୁ କମ୍‌ ବ୍ୟକ୍ତିବିଶେଷଙ୍କ ପାଇଁ ବର୍ତ୍ତମାନ ଉପଲବ୍ଧ ନୁହେଁ।
ଏହାପୂର୍ବରୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ପେଡ୍‌ ସବ୍‌ସ୍କ୍ରିପ୍‌ଶନ ସେବା ଆରମ୍ଭ କରିଥିଲା। ବ୍ଲୁ ଟିକ୍‌ ପାଇବାକୁ ଏବଂ ପ୍ରିମିୟମ ସବସ୍କ୍ରିପ୍‌ଶନ ସେବାର ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ। ଏଥିସହିତ କମ୍ପାନୀ ସର୍ବନିମ୍ନ ମୂଲ୍ୟର ପ୍ରିମିୟମ ସବ୍‌ସ୍କ୍ରିପ୍‌ଶନ ଯୋଜନା ୬୫୦ ଟଙ୍କା ମଧ୍ୟ ରହିଛି। ଏହି ଯୋଜନା ୱେବ୍‌ ବ୍ୟବହାରକାରୀଙ୍କ ପାଇଁ ପ୍ରଯୁଜ୍ୟ।

Share