ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରି ପ୍ରଭାବିତ ହେଉଛି ମାନସିକ ସ୍ବାସ୍ଥ୍ୟ

ଓ୍ବାଶିଂଟନ୍‌,୨୬ା୧୦: ମାର୍କ ଜୁକରବର୍ଗଙ୍କ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ କମ୍ପାନୀ ମେଟା ବିରୋଧରେ ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୦ ରାଜ୍ୟ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା ରୁଜୁ ହୋଇଛି। ଛୋଟପିଲା ଓ କିଶୋରୀ କିଶୋରମାନେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି ପ୍ଳାଟ୍‌ଫର୍ମ ବ୍ୟବହାର କରିବା ଦ୍ୱାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। ଏହି ପ୍ଲାଟ୍‌ଫର୍ମଗୁଡ଼ିକରେ ପିଲାମାନେ ବିଷାକ୍ତ କଣ୍ଟେଣ୍ଟ୍ସ ବ୍ୟବହାର ପାଇଁ ବାଧ୍ୟହେଉଛନ୍ତି। ମେଟା ଆର୍ଥିକ ଲାଭ ପାଇଁ ସେମାନଙ୍କୁ ବିଭ୍ରାନ୍ତିକର, ବେଆଇନ ଓ ହାନିକାରକ ଦୃଶ୍ୟ ଆକ୍‌ସେସ୍‌ କରିବାକୁ ଦେଉଛି ବୋଲି ଆବେଦନ ଗୁଡ଼ିକରେ ଅଭିଯୋଗ ଅଣାଯାଇଛି।

Share