Categories: ଫୁରସତ

୩ .୮ ଫୁଟର ବ୍ୟକ୍ତିଙ୍କ ସହ ଫେସ୍‌ବୁକ୍‌ରୁ ପ୍ରେମ

ନୂଆଦିଲ୍ଲୀ: ଦୁନିଆରେ କିଛି ଜିନିଷ ଏପରି ହୋଇଥାଏ, ଯାହା ଦେଖିବାକୁ ଟିକେ ଅଜବ ଲାଗେ। ଅନେକ ପ୍ରେମୀଯୁଗଳ ହାତ ଧରାଧରି ହୋଇ ବୁଲୁଥିବାର ଦେଖିବାକୁ ମିଳେ। ହେଲେ ଏପରି ଏକ ପ୍ରେମୀଯୁଗଳ ଅଛନ୍ତି, ଯେଉଁମାନେ କେବେ ହାତ ଧରାଧରି ହୋଇ ଚାଲିପାରନ୍ତିନି। ଏହାର କାରଣ ହେଉଛି ଦୁହିଁଙ୍କ ମଧ୍ୟରେ ଥିବା ଉଚ୍ଚତାର ତାରତମ୍ୟ। ସାଧାରଣତଃ ପୁରୁଷଙ୍କଠାରୁ ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ସୁନ୍ଦର ଲାଗନ୍ତି, ହେଲେ ଏଠାରେ ଦୁହିଁଙ୍କ ଉଚ୍ଚତାରେ ଏତେ ଫରକ ରହିଛି ଯେ ପ୍ରେମିକା ଜଣଙ୍କ ପ୍ରେମିକଙ୍କ ଆଗରେ ଛୁଆ ସଦୃଶ ଦେଖାଯାଉଛନ୍ତି। ପ୍ରେମିକ ତାଙ୍କ ଆଗରେ ଏକ ଖମ୍ବ ଭଳି ଦେଖାଯାଉଛନ୍ତି। ୨୨ ବର୍ଷୀୟା କୈଟ୍‌ ଆକ୍‌ହୋନଡ୍ରୋପ୍ଲାସିଆ ନାମକ ରୋଗରେ ପୀଡ଼ିତ ଅଛନ୍ତି। ସେଥିପାଇଁ ତାଙ୍କ ଉଚ୍ଚତା ୩.୮ ଫୁଟରେ ଅଟକି ଯାଇଛି। ସାଧାରଣତଃ ୫-୬ ବର୍ଷର ଶିଶୁ ଏହି ଉଚ୍ଚତାର ହୋଇଥାନ୍ତି। ତେବେ କୈଟ୍‌ଙ୍କ ପାର୍ଟନର ୩୨ ବର୍ଷୀୟ ଗାଏଙ୍କ ଉଚ୍ଚତା ୬ ଫୁଟ୍‌। ଦୁହିଁଙ୍କ କଥାବାର୍ତ୍ତା ପ୍ରଥମେ ଫେସ୍‌ବୁକ୍‌ ଜରିଆରେ ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୨୦୨୨ ମେ’ରେ ଯେତେବେଳେ ସେମାନଙ୍କ ଦେଖାହେଲା ସେତେବେଳେ ଦୁହିଁଙ୍କ ଉଚ୍ଚତା ମଧ୍ୟରେ ୨ ଫୁଟ୍‌ରୁ ଅଧିକ ଫରକ ଥିବା ଜଣାପଡ଼ିଥିଲା। ଏମାନଙ୍କ ଜୀବନରେ କୌଣସି ସମସ୍ୟା ନାହିଁ। ଦୁହେଁ ଆଲିଙ୍ଗନ ହେବାକୁ ଗାଏଙ୍କୁ ତଳେ ବସିବାକୁ ପଡ଼ିଥାଏ। ପୂର୍ବରୁ ଦୁହିଁଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁ ନ ଥିବାବେଳେ ଏବେ ଗ୍ରହଣ କରୁଥିବା ପ୍ରେମୀଯୁଗଳ କହିଛନ୍ତି।

Share