Categories: ବାଣିଜ୍ୟ

ମହିଳାଙ୍କୁ ସୁରକ୍ଷା ଦେବ ଫେସ୍‌ବୁକ ମେଟା

ଭୁବନେଶ୍ୱର,୬।୧୨: ୟୁଜରଙ୍କ ନିରାପତ୍ତାକୁ ବଢ଼ାଇବା ପାଇଁ ଏହାର ପ୍ରୟାସକୁ ଆଗକୁ ବଢାଇ ଫେସବୁକ ମେଟା ନିକଟରେ ତା’ର ପ୍ଲାଟଫର୍ମରେ ମହିଳାଙ୍କ ଅନଲାଇନ ନିରାପତ୍ତା ଦିଗରେ ଅନେକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି। ଏହା ସମ୍ମତି ବିହୀନ ଅନ୍ତରଙ୍ଗ ଫଟୋର ପ୍ରସାରକୁ ରୋକିବା ପାଇଁ ମେଟା ଦ୍ୱାରା ଘୋଷିତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ସେହିଭଳି ୟୁକେ ରିଭେଞ୍ଜ ପଣ୍ଡି ହେଲ୍‌ପଲାଇନ ସହ ସହଭାଗିତାରେ ଷ୍ଟପ ଏନସିଆଇଆଇ.ଓଆରଜି ମେଟ’ର ଏନସିଆଇଆଇ ପାଇଲଟ ଉପରେ ଏକ ଜରୁରିକାଳୀନ ପ୍ରୋଗ୍ରାମ ନିର୍ମାଣ କରାଯାଇଛି, ଯାହା ସମ୍ଭାବ୍ୟ ପୀଡିତମାନଙ୍କୁ ସେମାନଙ୍କ ଅନ୍ତରଙ୍ଗ ଫଟୋଗୁଡିକୁ ସକ୍ରିୟ ଭାବେ ହ୍ୟାସ୍‌ କରିବାକୁ ଅନୁମତି ଦେଇଥାଏ।

Share