ୱାଶିଂଟନ,୧୩ ।୨: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଆଗକୁ ଆଉ କେତେଜଣ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଉଛି । କମ୍ପାନୀ ଏହି ଉଦ୍ଦେଶ୍ୟରେ ରହିଛି କି ଚଳିତ ବର୍ଷ ସେ କମ୍ପାନୀରେ ରହିଥିବା କର୍ମଚାରୀଙ୍କୁ ନେଇ ବିଜନେସକୁ ଆଗକୁ ବଢାଇପାରେ । ଅଥବା ଛଟେଇ କରି ଟିମକୁ ଛୋଟ କରିପାରେ । ଏହା ପୂର୍ବରୁ କମ୍ପାନୀ ଗତବର୍ଷ ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଥିଲା । ତେବେ ଏହି ଛଟେଇ କେବଳ ମେଟାରେ ନୁହେଁ ଆମେରିକାର ଆହୁରି କିଛି ବଡ ବଡ କମ୍ପାନୀରେ ବି କରାଯାଇଛି ।
ମେଟାରେ କାମ କରୁଥିବା କର୍ମଚାରୀ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । କମ୍ପାନୀକୁ ବଜେଟ ନ ମିଳିବାରୁ ପୁଣିଥରେ ଛଟେଇ ଭଳି ଚିନ୍ତା ବଢିଯାଇଛି । ଯଦି ଏଥର ମେଟାରେ ଛଟେଇ କରାଯାଏ ତେବେ ଏହା ଦ୍ୱିତୀୟ ଥର ହେବ ଓ ଲଗାତାର ଦ୍ୱିତୀୟ ବର୍ଷ ବି ମେଟା ଛଟେଇ କରିବ ।