୨୦୨୩ ପର୍ଯ୍ୟନ୍ତ ଫେସବୁକ୍‌ ବ୍ୟବହାର କରିପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୪।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିକମ୍‌ରେ ୨୦୨୩ ପର୍ଯ୍ୟନ୍ତ ଫେସ୍‌ବୁକ ବ୍ୟବହାର କରିପାରିବେ ନାହିଁ। କାରଣ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ ଶୁକ୍ରବାର ୨ ବର୍ଷ ପାଇଁ ବାସନ୍ଦ କରିଛି। ଏଭଳି ନିଷ୍ପତ୍ତି ଦ୍ୱାରା ଫେସବୁକ୍‌ ଦର୍ଶାଇ ଦେଇଛି ଯେ, କମ୍ପାନୀର ନୀୟମ ଭଙ୍ଗ କଲେ ବିଶ୍ୱ ନେତାଙ୍କୁ ମଧ୍ୟ ଛଡ଼ାଯିବ ନାହିଁ।

ଆମେରିକାର କାପିଟୋଲରେ ଜାନୁୟାରୀ ୬ ତାରିଖରେ ଘଟିଥିବା ଦଙ୍ଗା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାସନ୍ଦ କରିଥିଲା ଫେସବୁକ୍‌। ଏହାର ସ୍ବାଧୀନ ତଦାରଖ ବୋର୍ଡ ଟ୍ରମ୍ପଙ୍କ ଉପରୁ ଲାଗିଥିବା ବାସନ୍ଦାଦେଶକୁ ସମର୍ଥନ କରିଥିଲା। କିନ୍ତୁ ବୋର୍ଡ ପକ୍ଷରୁ କୁହାଯାଇଥିଲା, ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାସନ୍ଦ କରାଯିବା ଉଚିତ୍‌ ନୁହେଁ। ଏଣୁ ୬ ମାସ ମଧ୍ୟରେ ଟ୍ରମ୍ପଙ୍କ ବାସନ୍ଦାଦେଶର ସମୟ ଧାର୍ଯ୍ୟ କରିବା ପାଇଁ କୁହାଯାଇଥିଲା।

Share