Categories: ବାଣିଜ୍ୟ

କ୍ଷୁଦ୍ର,ମଧ୍ୟମ ବାଣିଜ୍ୟକୁ ଫେସ୍‌ବୁକ ଦେବ ୫୦ ଲକ୍ଷ ଟଙ୍କାର ଋଣ

ନୂଆଦିଲ୍ଲୀ,୨୨।୮: ଯଦି କ୍ଷୁଦ୍ର ଏବଂ ମଧ୍ୟମ ବାଣିଜ୍ୟ ଚଳାଉଛନ୍ତି ଏବଂ ଆପଣଙ୍କୁ ପୁଞ୍ଜିର ଆବଶ୍ୟକତା ରହିଛି ତେବେ ଏହା ପାଇବା ଲାଗି ନୂଆ ବିକଳ୍ପ ଆସିଛି। ଗ୍ଲୋବାଲ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ଏ କ୍ଷେତ୍ରରେ ଆପଣଙ୍କୁ ସୁଯୋଗ ପ୍ରଦାନ କରିବ। ଅନ୍‌ଲାଇନରେ ଲୋନ ପ୍ରଦାନ କରୁଥିବା କମ୍ପାନୀ ଇଡିଫାଇ ସହ ବର୍ତ୍ତମାନ ଫେସ୍‌ବୁକ୍‌ ଚୁକ୍ତିରେ ସାମିଲ ହୋଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ୨୦୦ରୁ ଊର୍ଦ୍ଧ୍ୱ ସହରରେ ଥିବା କ୍ଷୁଦ୍ର ଏବଂ ମଧ୍ୟମ ବାଣିଜ୍ୟ ସଂସ୍ଥାଗୁଡିକୁ ୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। ଏଥିଲାଗି ଫେସ୍‌ବୁକ ପ୍ଲାଟ୍‌ଫର୍ମରେ ବିଜ୍ଞାପନ ଦେଉଥିଲେ ଯୋଜନାର ଫାଇଦା ମିଳିପାରିବ। ବିନା କୋଲାଟେରାଲ ଋଣ କ୍ଷେତ୍ରରେ ବାର୍ଷିକ ୨୦% ପର୍ଯ୍ୟନ୍ତ ସୁଧ ହେବାକୁ ପଡିପାରେ। ମହିଳା ଉଦ୍ୟୋଗୀଙ୍କୁ ଋଣ କ୍ଷେତ୍ରରେ ସୁଧ ରିହାତି ପ୍ରଦାନ କରିବାକୁ ଏଥିରେ ଯୋଜନା ରଖାଯାଇଛି। ଋଣ ଲାଗି କୌଣସି ପ୍ରୋସେସିଂ ଫି’ ଦେବାକୁ ପଡିବ ନାହିଁ।

Share