ନୂଆଦିଲ୍ଲୀ,୧୬।୯:ଦେଶର ୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବା ଲାଗି ଫେସ୍ବୁକ୍ ଇଣ୍ଡିଆ ଯୋଜନା ରଖିଛି। ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଭଳି ସ୍ଥାନରେ କମ୍ପାନୀ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବ। ଏଥିଲାଗି ୩୨ କୋଟି ଟଙ୍କାର ଏକ ପାଣ୍ଠି ଘୋଷଣା କରାଯାଇଛି। କୋଭିଡ୍-୧୯ ଯୋଗୁ ବର୍ତ୍ତମାନ ବାଣିଜି୍ୟକ ସଂସ୍ଥାଗୁଡିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଫେସ୍ବୁକ୍ ସାରା ବିଶ୍ୱ ପାଇଁ ୧୦୦ ନିୟୁତ ଡଲାରର ଏକ ପାଣ୍ଠି ଘୋଷଣା କରିଥିଲା। ଏହି ଯୋଜନା ଅଧୀନରେ ଭାରତ ବଜାର ଲାଗି କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ଉଭୟ କ୍ୟାଶ ଏବଂ କ୍ରେଡିଟ ଭାବେ ଏହି କମ୍ପାନୀ ଏଭଳି ଯୋଜନା ହାତକୁ ନେଇଛି। ସବୁ ବର୍ଗର କ୍ଷୁଦ୍ର ବାଣିଜ୍ୟଗୁଡିକ ଲାଗି ଏହି ଗ୍ରାଣ୍ଟ ପ୍ରୋଗ୍ରାମ ଆରମ୍ଭ ହୋଇଥିବା ଫେସ୍ବୁକ୍ ଇଣ୍ଡିଆର ଏମ୍ଡି ଅଜିତ ମୋହନ ସୂଚନା ଦେଇଛନ୍ତି।