ଖାତାରେ ଅଢ଼େଇ କୋଟି, ଦେଉଛନ୍ତି ଦେଢ଼ କୋଟି

ନୂଆଦିଲ୍ଲୀ,୧୪।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଏବଂ ଅପିଲ୍‌’କୁ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହା ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି କୁହାଯାଉଛି। ଟିକସ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଏହା କମାଇବା ସହ ଟିକସଦାତାଙ୍କ ଚାର୍ଟର ଏକ ମୁକ୍ତ ଏବଂ ସ୍ବଚ୍ଛ ଟିକସ ପରିବେଶ ଗଠନ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ ପ୍ଲାଟ୍‌ଫର୍ମ’କୁ ଭିଡିଓ କନ୍‌ଫରେନ୍ସ ଯୋଗେ ଶୁଭାରମ୍ଭ କରି ମୋଦି କହିଛନ୍ତି ଯେ, ଦେଶର ୧.୫ କୋଟି ଲୋକ ପ୍ରକୃତ ପକ୍ଷେ ଟିକସ ଦେଉଛନ୍ତି। କିନ୍ତୁ ଖାତାରେ କରଦାତାଙ୍କ ସଂଖ୍ୟା ୨.୫ କୋଟି ରହିଛି। ୧୩୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟାକୁ ଦେଖିଲେ ଟିକସଦାତାଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌। ସଚ୍ଚୋଟ ଭାବେ ଲୋକମାନେ ଟିକସ ପ୍ରଦାନ କରିବା ସହ ଦେଶ ଗଠନରେ ନିଜର ଯୋଗଦାନ ରଖିପାରିବେ।
ନୂଆ ବ୍ୟବସ୍ଥା ସମ୍ପର୍କରେ ମତ ରଖି ମୋଦି କହିଛନ୍ତି, ଟାକ୍ସପେୟର ଚାର୍ଟର ଏବଂ ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ସଦ୍ୟତମ ପର୍ଯ୍ୟାୟ ଭାବେ ଉଭାହୋଇଛି। ଏହାଦ୍ୱାରା ଟିକସ ଅନୁପାଳନ ବ୍ୟବସ୍ଥା ଏବଂ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରାଯିବାକୁ ଯୋଜନା ରଖାଯାଇଛି। ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଆଣିବା ଲାଗି ସରକାର ଏଭଳି ଏକ ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସେହିଭଳି ଫେସ୍‌ଲେସ୍‌ ଅପିଲ୍‌ ସେପ୍ଟେମ୍ବର ୨୫ଠାରୁ କାର୍ଯ୍ୟକାରୀ କରାଇବାକୁ ଯୋଜନା ରଖାଯାଇଛି। ଟିକସ ସିଷ୍ଟମ ଫେସ୍‌ଲେସ୍‌ ହୋଇଥିବା ବେଳେ ଏହା ଟିକସଦାତାଙ୍କୁ ନିର୍ଭୟ ଏବଂ ବ୍ୟବସ୍ଥିତ ଢଙ୍ଗରେ ସେବା ଯୋଗାଇବାର ପ୍ରତିଶ୍ରୁତି ଦେଉଛି।
ଗତ କିଛି ବର୍ଷରେ ଟିକସଦାତାଙ୍କ ସଂଖ୍ୟା ୨.୫ କୋଟିକୁ ବୃଦ୍ଧି ଘଟିଛି। ମାତ୍ର ପ୍ରକୃତ ପକ୍ଷେ ୧.୫ କୋଟି ଲୋକ ଟିକସ ପ୍ରଦାନ କରୁଛନ୍ତି। ଯେଉଁମାନେ ଟିକସ ପ୍ରଦାନ କରିବାକୁ ସକ୍ଷମ ସେମାନେ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି ଟିକସ ପ୍ରଦାନ ସହ ଦେଶ ଗଠନରେ ଭାଗିଦାରୀ ହୁଅନ୍ତୁ ବୋଲି ମୋଦି ଆହ୍ବାନ ଜଣାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସରକାର ବାଧ୍ୟବାଧ୍ୟକତା ସହ ବିଭିନ୍ନ ଅର୍ଥନୈତିକ ସଂସ୍କାର ହାତକୁ ନେଇଛନ୍ତି। ହେଲେ ଏହାଦ୍ୱାରା ଆଖିଦୃଶିଆ ସଫଳତା ମିଳିପାରିନାହିଁ। ବର୍ତ୍ତମାନ ସଂସ୍କାର ଧାରା ନିରନ୍ତର ହେଉଛି। ଦେଶରେ ଇଂରେଜ ଶାସନ ସମୟରୁ ଟିକସ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଏଥିରେ ବର୍ତ୍ତମାନ ବିଭିନ୍ନ ଢାଞ୍ଚାଗତ ସଂସ୍କାର ପ୍ରକ୍ରିୟା ହାତକୁ ନିଆଯାଉଛି। ବିଗତ ଦିନଗୁଡିକରେ ଟିକସ ନିୟମରେ ଜଟିଳତା ଯୋଗୁ ଲୋକମାନେ ଅନୁପାଳନରେ ବିଭିନ୍ନ ସମସ୍ୟା ସାମ୍ନା କରୁଥିଲେ। ଏହାକୁ ଧ୍ୟାନରେ ରଖି ସରକାର ନିୟମକୁ କୋହଳ କରିବା ସହ ଟିକସଦାତାଙ୍କୁ ଖୁସି କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି।
ମୋଦି ପୁଣି କହିଛନ୍ତି , ସରକାର ‘ବିବାଦ ସେ ବିଶ୍ୱାସ ସ୍କିମ୍‌’ ଆଣିଛନ୍ତି। ଏହା ଦ୍ୱାରା କୋର୍ଟ ବାହାରେ ଅନେକ ମାମଲା ସମାଧାନ ହୋଇପାରୁଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରାୟ ୩ ଲକ୍ଷ ମାମଲା ସମାଧାନ କରାଯାଇଛି। ସାମଗ୍ରୀ ଓ ସେବା ଟିକସ ମିଶ୍ରଣ ଦ୍ୱାରା ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଟିକସ ଏହା ମଧ୍ୟରେ ବିଲୀନ ହୋଇଛି। ଟିକସ ବ୍ୟବସ୍ଥାକୁ ନିରନ୍ତର, ଫେସ୍‌ଲେସ୍‌ ଏବଂ କଷ୍ଟଶୂନ୍ୟ କରାଯାଇଛି। ଟିକସ ସ୍ଲାବ୍‌ରେ ପରିବର୍ତ୍ତନ, କର୍ପୋରେଟ ଟିକସ ହ୍ରାସ, ଅପହଞ୍ଚ ଇଲାକାକୁ ବ୍ୟାଙ୍କ ସେବା ଯୋଗାଣ ଉପରେ ସରକାର କାର୍ଯ୍ୟକ୍ରମ ତ୍ୱରାନ୍ବିତ କରୁଛନ୍ତି। ୨୦୨୦-୨୧ ବଜେଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଟାକ୍ସପେୟର୍ସ ଚାର୍ଟର ସମ୍ପର୍କରେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲ

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

୨୦୨୫ ପୂର୍ବର ସମ୍ପତ୍ତି ଓ୍ବକଫ୍‌ ବିଲ୍‌ରେ ହିଁ ରହିବ, ଜାଣନ୍ତୁ କେନ୍ଦ୍ର ସରକାର ଆଣୁଥିବା ନୂଆ ବିଲ୍‌ରେ କ’ଣ ରହିଛି…

ନୂଆଦିଲ୍ଲୀ,୧ା୪: ଲୋକ ସଭାରେ ଓ୍ବକଫ୍‌ ବିଲ୍‌ ସଂସଦର ଏହି ଅଧିବେଶନରେ ସରକାର ଓ୍ବକଫ୍‌ ସଂଶୋଧନ ଆଇନ ଆଗତ କରିବାକୁ ଯାଉଛନ୍ତି। ଭାଜପା ଏବଂ କଂଗ୍ରେସ ୨...

ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଗ୍ରାହକ ସାଜି ରାଣୀ ମହୁମାଛିଙ୍କ ସମେତ ୫ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା,୧ା୪: ସୁନ୍ଦରଗଡ଼ ଜିଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ମଙ୍ଗଳବାର ଏକ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଣୀ ମହୁମାଛିଙ୍କ ସମେତ ୫ ଦେହଜୀବୀଙ୍କୁ...

ଭାରତୀୟଙ୍କ ପାଖରେ ଅଛି କେତେ ସୁନା? ଭାରତରେ କେତେ ବଡ଼ ଏହି ସୁନାର ଭଣ୍ଡାର

ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image