Advertisement

ଶ୍ରୀଲଙ୍କା ଆକ୍ରମଣରେ ମୃତକଙ୍କ ଭାଇରାଲ ହୋଇଥିବା ଫଟୋ ୧୩ ବର୍ଷର ପୁରୁଣା

କଲମ୍ବୋ,୨୯।୪: ଶ୍ରୀଲଙ୍କାରେ ଏପ୍ରିଲ ୨୧ ଇଷ୍ଟର ଉତ୍ସବ ପାଳିତ ହେଉଥିବା ବେଳେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ୨୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଲୋକେ ମୃତକଙ୍କ ପରିବାରଙ୍କୁ ସମ୍ବେଦନା ଜଣାଇବା ସହ ତୀବ୍ର ନିନ୍ଦା ମଧ୍ୟ କରିଥିଲେ। ଏହାରି ଭିତରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଶ୍ରୀଲଙ୍କାର ମୃତକଙ୍କ ସହ ଜଡ଼ିତ ଥିବା କୁହାଯାଇଛି। ତେବେ ଭାଇରାଲ ହୋଇଥିବା ୨ଟି ଫଟୋ ମଧ୍ୟରୁ ପ୍ରଥମରେ ଜମି ତଳେ କଫିନ ଥିବା ବେଳେ ଅନ୍ୟଟିରେ ଲୋକମାନେ ନିଜ କାନ୍ଧରେ କଫିନକୁ ବୋହିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇଥିବା ଏହି ଫଟୋକୁ ଶ୍ରୀଲଙ୍କା ଆକ୍ରମଣର ପରର ଦୃଶ୍ୟ ବୋଲି ଦାବି କରାଯାଇଥିଲା। ହେଲେ ତେବେ ବହୁ ଯାଞ୍ଚ ପରେ ଏହି ଫଟୋ ଶ୍ରୀଲଙ୍କା ଆକ୍ରମଣ ପରେ ନୁହେଁ ବରଂ ୧୩ ବର୍ଷ ପୁରୁଣା ଅର୍ଥାତ୍‌ ୨୦୦୬ ଜୁନର ବୋଲି ଜଣାପଡ଼ିଛି। ୨୦୦୬ରେ ଏକ ବାରୁଦ ସୁଡଙ୍ଗ ଫାଟିବାରୁ ୬୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଶେୟାର ହୋଇଥିବା ୨ଟି ଫଟୋ ଏହି ଘଟଣାର ଅଂଶ ବୋଲି ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share