ନିରୀହ ଜମିହରାଙ୍କୁ କାରଖାନା ମନା

ଯାଜପୁର/କଳିଙ୍ଗନଗର,୧୪ା୭(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ଗ୍ରାମର ନିରୀହ ଜମିହରାଙ୍କୁ କାରଖାନା ଗେଟ୍‌ ପରିସରରେ ବି ପାଦ ଥାପିବା ମନା। ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଡବଲ ବୁଲ୍‌ ସିମେଣ୍ଟ ନୁଭୋକୋ(ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ। ଏହି ସିମେଣ୍ଟ କାରଖାନା ପ୍ରତିଷ୍ଠା ପୂର୍ବରୁ ୨୦ା୧୨ା୨୦୧୬ରେ ଅନୁଷ୍ଠିତ ଏକ ତ୍ରିପାକ୍ଷିକ ବୈଠକରେ ନିଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲିଖିତ ପ୍ରତିଶ୍ରୁତି ଦେଇ ଉତ୍ପାଦନ ହେବା ପରେ ଜମିହରାଙ୍କୁ ଠକି ଚାଲିଛି। ଫଳରେ ୫୦ରୁ ଊର୍ଦ୍ଧ୍ୱ ନିରୀହ ଜମିହରା ପରିବାର ନିଯୁକ୍ତି ନ ପାଇ ଦିନ ମଜୁରିଆ ସାଜିଛନ୍ତି। ଏପରି କି କ୍ଷତିଗ୍ରସ୍ତ ପରିବାର ଲୋକେ ନିଯୁକ୍ତି ଦାବି କରି କାରଖାନା ସମ୍ମୁଖରେ ଏକାଧିକ ଥର ଆନ୍ଦୋଳନ କରିବା ପରେ ସେମାନଙ୍କୁ ଭାଗ ଭାଗ କରିବା ପାଇଁ କୂଟନୀତି ଆପଣାଇଥିବା ଅଭିଯୋଗ ହୋଇଛି। ଏହାସହ ଯେଉଁ କେତେକ ଜମିହରା ପରିବାର ନିଯୁକ୍ତି ପାଇଛନ୍ତି ସେମାନେ ବହୁତ କମ ଦରମାରେ ଠିକା ଶ୍ରମିକ କିମ୍ବା ଦିନ ମଜୁରିଆ ଭାବେ ଖଟୁଛନ୍ତି। ଏହିକ୍ରମରେ ଗତ ୨୮ ତାରିଖରେ କର୍ମଚାରୀମାନେ ନିୟମିତ ନିଯୁକ୍ତି ସହ ଦରମା ବୃଦ୍ଧି ଆଦି ଦାବି କରି କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିବା ସୂଚନା ମିଳିଛି।
ଯାଜପୁର ଜିଲା କଳିଙ୍ଗନଗର ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ ଓ ଖଣିସଂସ୍ଥାଗୁଡିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥାନୀୟ ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି। ୯୦ଦଶକରେ ଏକର ପିଛା ମାତ୍ର ୩୭ ହଜାର ଟଙ୍କାରେ ଲୋକଙ୍କ ହଜାର ହଜାର ଏକର ଜମି ରାଜ୍ୟ ସରକାରଙ୍କ ସଂସ୍ଥା ଇଡ୍‌କୋ ଜରିଆରେ ଅଧିଗ୍ରହଣ କରାଯାଇଛି । ଏହି ପ୍ରକ୍ରିୟାରେ ଭିଟାମାଟି ଜମି ହରାଉଥିବା ଲୋକ ନ୍ୟାୟ ପାଉ ନ ଥିବା କାରଣରୁ ଶିଳ୍ପକୁ ନେଇ ଅସନ୍ତୋଷ ସୃଷ୍ଟି ହେଉଛି । ଏହି କ୍ରମରେ ମେସର୍ସ ଇମାମି ସିମେଣ୍ଟ ଲିମିଟେଡ ବା ନୁଭୋକୋ କାରଖାନା ଦାନଗଦି ତହସିଲ ଅନ୍ତର୍ଗତ ମାନତିରା ମୌଜା ଦଶମାଣିଆଠାରେ ପ୍ରାୟ ୩ ବର୍ଷ ହେବ ସିମେଣ୍ଟ ଗ୍ରାଇଣ୍ଡିଂ ମିଲ ପ୍ରକଳ୍ପରୁ ଉପତ୍ାଦନ ଆରମ୍ଭ ହୋଇଛି। ହେଲେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଇମାମି କାରଖାନା କର୍ତ୍ତୃପକ୍ଷ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜମିହରା ପରିବାରଙ୍କୁ ଏଯାଏ ସ୍ଥାୟୀ ନିଯୁକ୍ତି ଦେଇ ପାରିନାହିଁ। ଏନେଇ ବାରମ୍ବାର କ୍ଷତିଗ୍ରସ୍ତ ପରିବାର କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ୨୦୧୭ରେ କଳିଙ୍ଗନଗରରେ ଇମାମି ସିମେଣ୍ଟ କାରଖାନା ଗଢି ଉଠିଥିଲା। ବର୍ଷକୁ ୨.୦ ମିଲିୟନ ଟନ୍‌ ପୋର୍ଟଲ୍ୟାଣ୍ଡ ପୋଯୋଲୋନା ସିମେଣ୍ଟ(ପିପିସି), ପୋର୍ଟଲ୍ୟାଣ୍ଡ ଧାତୁ ଖାଦ(ପିଏସ୍‌ସି) ଏବଂ ସାଧାରଣ ପୋର୍ଟଲ୍ୟାଣ୍ଡ ସିମେଣ୍ଟ(ଓପିସି) ଉପତ୍ାଦନ କରିବାକୁ ଏହି କାରଖାନା ଲକ୍ଷ୍ୟ ରଖିଥିଲା। ପ୍ରକଳ୍ପରେ ସମୁଦାୟ ୪୦୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହାସହ ପ୍ରକଳ୍ପର ନିର୍ମାଣ ଅବଧି ସମୟରେ ପ୍ରାୟ ୪୫୦ କର୍ମଚାରୀ ଏବଂ ୫୮ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରକଳ୍ପ ପାଇଁ ସମୁଦାୟ ୭୦.୫୦ ଏକର ଜମି ସରକାରଙ୍କଠାରୁ ଲିଜ୍‌ ସୂତ୍ରରେ ମିଳିଥିଲା।। କିନ୍ତୁ ଜମିହରାଙ୍କୁ ସ୍ଥାନୀୟ ନିଯୁକ୍ତି ମିଳିବାର ସନ୍ଦେହ କରି ପ୍ରଥମ ଜନଶୁଣାଣିକୁ ପ୍ରଭାବିତ ଲୋକେ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଇମାମି କର୍ତ୍ତୃପକ୍ଷ ଚଞ୍ଚକତା କରି କେତେଜଣ ପ୍ରଭାବଶାଳୀ ରାଜନେତାଙ୍କୁ ହାତକରି ଜନଶୁଣାଣିକୁ ସଫଳ କରିଥିଲେ। ସେତେବେଳେ ସମସ୍ତ ଜମିହରା ପରିବାରଙ୍କୁ ନିଯୁକ୍ତି ସମେତ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଜମିହରା ପରିବାରଙ୍କୁ ନିଯୁକ୍ତିରେ ପ୍ରାଧାନ୍ୟ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ୩ ମାସରେ ଥରେ ସ୍ବାସ୍ଥ୍ୟ କ୍ୟାମ୍ପର ଆୟୋଜନ, ପ୍ରଦୂଷଣ ନିୟନ୍ତ୍ରଣ ଆଦି ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଫଳରେ ଜମିହରା ପରିବାରବର୍ଗଙ୍କ ମଧ୍ୟରୁ କୃପାସିନ୍ଧୁ ଜେନା, ସନ୍ତୋଷ ଜେନା, ମହେନ୍ଦ୍ର ଜେନା, ପ୍ରେମାନନ୍ଦ ଜେନା, ବିଶ୍ୱରଞ୍ଜନ ଜେନା, ଅମରେନ୍ଦ୍ର ଜେନା, ପ୍ରଶାନ୍ତ ବ୍ରହ୍ମ, ସୁଶାନ୍ତ ବ୍ରହ୍ମ, ସୋମନାଥ ବ୍ରହ୍ମ, ଦୀପକ କୁମାର ନାୟକ, ଦେବୀପ୍ରସାଦ ଜେନା ପ୍ରମୁଖ ଜମିହରା ପରିବାର ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଦୀର୍ଘ ୭ ବର୍ଷ ହେଲା ପୁନର୍ବାସ ଓ ଥଇଥାନ ଉପଦେଷ୍ଟା କମିଟି ବୈଠକ ନିୟମିତ ବସୁ ନ ଥିବାରୁ କ୍ଷତିଗ୍ରସ୍ତ ପରିବାରଗୁଡିକର ସମସ୍ୟା ଅସମାହିତ ରହିଛି। ଫଳରେ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟଚ୍ୟୁତି ଘଟିବାରେ ଲାଗିଛି। ଉଚ୍ଚସ୍ତରରେ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିଙ୍କ ଭୂମିକା ମଧ୍ୟ ସନ୍ତୋଷଜନକ ଓ ଗ୍ରହଣଯୋଗ୍ୟ ଲୋକଙ୍କ ପାଇଁ ହେଉନାହିଁ ବୋଲି ମତପ୍ରକାଶ ପାଇଛି। ଗତ ପ୍ରାୟ ୨ ବର୍ଷ ହେଲା ଇମାମି ସିମେଣ୍ଟ ବିକ୍ରି ହୋଇ ନୁଭୋକୋ ନାମରେ ନାମିତ ହୋଇଛି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନଙ୍କ ଜମି ଯାଇଛି ସେମାନଙ୍କୁ ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏହି କମ୍ପାନୀ ପ୍ରତିଷ୍ଠାରେ କେହି ବିସ୍ଥାପିତ ହୋଇ ନାହାନ୍ତି। ତଥାପି ସ୍ଥାନୀୟ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦିଆଯାଉଛି। ତେବେ ପୂର୍ବ ପ୍ରତିଶ୍ରୁତି କାହିଁକି ପୂରଣ କରାଯାଇ ନାହିଁ, ସେ ନେଇ ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

ନୂଆ ବିଡିଓଙ୍କୁ ଭେଟିଲେ ବ୍ଲକ ଅଧ୍ୟକ୍ଷ-ସମିତିସଭ୍ୟ, ଅଞ୍ଚଳର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂଆ ଭାବରେ ଯୋଗ ଦେଇଥିବା ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ସ୍ବାଗତ ଜଣାଇଛନ୍ତି ଅଧ୍ୟକ୍ଷ ଏବଂ ସମତିସଭ୍ୟାସଭ୍ୟ।...

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି, ଗାଡ଼ି-ଷ୍ଟ୍ରିଟ୍‌ ଲାଇଟ୍‌ରୁ ଚୋରି କରି ନେଉଛନ୍ତି

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି। ୫୯ ନଂ ଜାତୀୟ ରାଜପଥ ପକ୍ଷରୁ ରାଜପଥ କଡ଼ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସୋଲାର ପ୍ୟାନେଲ ସହ...

ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ।...

ବରାହିପୁର ସରପଞ୍ଚ ନିଲମ୍ବିତ

ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri