କାରଖାନାରେ ବିସ୍ଫୋରଣ: ୩ ଶ୍ରମିକଙ୍କ ଜୀବନଗଲା

ସିଙ୍ଗାପୁର,୨୫।୨: ସିଙ୍ଗାପୁରର ଏକ କାରଖାନାରେ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ୫ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଶରୀରର ପ୍ରାୟ ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

Share