Categories: ଜାତୀୟ

କାମେରୁନରେ କଫ୍‌ ସିରପ ପିଇ ଶିଶୁ ମୃତ୍ୟୁ ମାମଲା: ମଧ୍ୟପ୍ରଦେଶ କଫ୍‌ ସିରପ କମ୍ପାନୀର ଫ୍ୟାକ୍ଟ୍ରେରୀ ସିଲ୍‌, ମାମଲା ରୁଜୁ

ନୂଆଦିଲ୍ଲୀ,୩।୮: ଭାରତ ନିର୍ମିତ କଫ୍‌ ସିରପରେ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ବୋର୍ଡ ମଧ୍ୟପ୍ରଦେଶର ଏହି କଫ୍‌ ସିରଫ ତିଆରି କରୁଥିବା କମ୍ପାନୀକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ରାଜ୍ୟ ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ କମ୍ପାନୀର କାରଖାନାକୁ ସିଲ କରିଦେବା ସହ କମ୍ପାନୀ ବିରୋଧରେ ଏକ ମାମଲା ଦାୟର କରିଛି।

ସୂଚନାଯୋଗ୍ୟ, ଗତ ମାସରେ ଆଫ୍ରିକୀୟ ଦେଶ କାମେରୁନରେ ଭାରତରେ ନିର୍ମିିତ କଫ୍‌ ସିରପ ପିଇବା ପରେ ୬ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ଟିମ୍‌ ମଧ୍ୟପ୍ରଦେଶ ସ୍ଥିତ ରିମାନ ଲ୍ୟାବ କମ୍ପାନୀର ଫ୍ୟାକ୍ଟ୍ରେରୀ ଯାଞ୍ଚ କରିଥିଲା। କମ୍ପାନୀର ସମସ୍ତ ଔଷଧଗୁଡିକ କେନ୍ଦ୍ରୀୟ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ଆଧାରରେ ଫ୍ୟାକ୍ଟ୍ରେରୀ ବନ୍ଦ କରିବାକୁ କମ୍ପାନୀ ବିରୋଧରେ ନିର୍ଦ୍ଦେଶ ଜାରି କରାଯାଇଥିଲା।

Share