Posted inଜାତୀୟ

ଫଡନାଭିସ ହୋଇଗଲେଣି ଅହଂକାରୀ: ସାମନାର ଅଭିଯୋଗର ଜବାବ ଦେଲା ଭାଜପା…

ମୁମ୍ବାଇ,୧୯।୮ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପକ୍ଷରୁ ଅଭିଯୋଗ କରିଛି ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନାଭିସ ଅହଂକାରୀ ଏବଂ ଅସହିଷ୍ଣୁ ହୋଇପଡିଛନ୍ତି। ପୂର୍ବରୁ ଫଡନାଭିସ ଜଣେ ସହନଶୀଳ ବ୍ୟକ୍ତି ଥିଲେ କିନ୍ତୁ ଉପମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କଠାରେ ଏଭଳି ପରିବର୍ତ୍ତନ ଦେଖାଦେଇଛି ବୋଲି ଶିବସେନା ମୁଖପତ୍ର ସାମନାରେ ଏକ ଲେଖା ପ୍ରକାଶ ପାଇଛି। ଅପରପକ୍ଷରେ, ଶିବସେନାଙ୍କ ଦାବିକୁ ନେଇ ଭାଜପା ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ବିରୋଧୀଙ୍କୁ ସମାଲୋଚନା କରିବାବେଳେ ମର୍ଯ୍ୟାଦା ବଜାୟ ରଖିବା ଉଚିତ ବୋଲି କହିଛି। ଏହି ପ୍ରସଙ୍ଗରେ ଅଭିଯୋଗ ପଞ୍ଜିକରଣ ବିଷୟରେ ମଧ୍ୟ ଭାଜପା ସୂଚନା ପ୍ରଦାନ କରିଛି।

ସାମନାରେ ଲେଖାଯାଇଛି ଯଦି ଦେବେନ୍ଦ୍ର ଫଡନାଭିସ ଶିବସେନା ସହିତ ପ୍ରତାରଣା କରି ନ ଥାନ୍ତେ, ତେବେ ସେ କ୍ଷମତାକୁ ଫେରିଥାନ୍ତେ। ତେବେ ତାଙ୍କ ଦଳର ସର୍ବୋଚ୍ଚ ନେତୃତ୍ୱ ତାଙ୍କୁ ଅଲଗା କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଛନ୍ତି । ତାଙ୍କୁ ଅଜିତ ପାୱାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ପଦ ବାଣ୍ଟିବାକୁ ପଡିଛି।

ଫଡନାଭିସ ଥରେ କହିଥିଲେ ସେ ଅଜିତ ପାୱାରଙ୍କୁ ଜେଲକୁ ପଠାଇବେ ଏବଂ ତାଙ୍କୁ କଠୋର ଦଣ୍ଡ ମିଳିବ ବୋଲି ନିଶ୍ଚିତ କରିଛନ୍ତି କିନ୍ତୁ ଫଡନାଭିସ ବର୍ତ୍ତମାନ କଣ କରୁଛନ୍ତି, ସେ ଅଜିତ ପାୱାରଙ୍କ ସହ ପଦବୀ ବାଣ୍ଟୁଛନ୍ତି। ଅଜିତ ପାୱାରଙ୍କ ନାମ ନ ଲେଖି ଏହା ଲେଖାଯାଇଛି ଯାହାଙ୍କ ବିରୋଧରେ ଦୁର୍ନୀତି ଏବଂ ମହିଳାଙ୍କ ଉପରେ ନିର୍ଯାତନା ଅଭିଯୋଗ ରହିଛି, ଆଜି ସେ ଫଡନାଭିସଙ୍କର ସହଯୋଗୀ ଅଛନ୍ତି।

ସାମନା ଅଭିଯୋଗର ଜବାବ ଭାଜପା ଦେଇଛି। ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି କ୍ଷମତା ହରାଇବା ପରେ ଉଦ୍ଧବ ଠାକରେଙ୍କ ଚେତନା ଶକ୍ତି ମଧ୍ୟ ଚାଲିଯାଇଛି। ନାଗପୁରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ବାୱାନକୁଲେ କହିଛନ୍ତି ଯେତେବେଳେ ବି ଉଦ୍ଧବ ଠାକରେ କାହାକୁ ସମାଲୋଚନା କରିବାକୁ ପଡେ, ସେ ସାମାନାରେ ଏକ ଲେଖା ଲେଖନ୍ତି କିମ୍ବା ସଞ୍ଜୟ ରାଉତଙ୍କୁ ଏକ ବିବୃତ୍ତି ପଠାନ୍ତି। ଠାକରେ ନିରାଶ ହୋଇଛନ୍ତି । ସେ ତାଙ୍କ ଦଳର ନିର୍ବାଚନ ଚିହ୍ନ ମଧ୍ୟ ହରାଇଛନ୍ତି ଏବଂ ସେ କ୍ଷମତାକୁ ଫେରିବାରେ ସକ୍ଷମ ନ ଥିବାରୁ ଦୁଃଖିତ ଅଛନ୍ତି। ଏନସିପି ଭାଜପା ସହ ହାତ ମିଳାଇଛି ଏବଂ ବର୍ତ୍ତମାନ ଠାକରେ ହୃଦୟଙ୍ଗମ କରିଛନ୍ତି ସେ ୨୦୧୯ ରେ ଦେବେନ୍ଦ୍ର ଫଡନାଭିସଙ୍କୁ ପଛରୁ ଛୁରୀ ଭୁସି କରି ଭୁଲ କରିଛନ୍ତି।

ସାମନାରେ ପ୍ରକାଶିତ ଭାଷା ନେଇ ଆପତ୍ତି ଜଣାଇ ବାୱାନକୁଲେ କହିଛନ୍ତି ଖବରକାଗଜରେ ରାଜନୈତିକ ବିରୋଧୀଙ୍କୁ ସମାଲୋଚନା କରିବାବେଳେ ମର୍ଯ୍ୟାଦା ଉପରେ ଧ୍ୟାନ ଦେବା ଉଚିତ। ଆମର ନେତାମାନେ ଶୀଘ୍ର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏ ସମ୍ପର୍କରେ ମୁମ୍ବାଇରେ ବିରୋଧ ମଧ୍ୟ ହୋଇପାରେ। ସାମନାରେ ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଯାହା ଲେଖାଯାଉଛି ତାହା ବରଦାସ୍ତ କରାଯିବ ନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri