Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବାପରେ ପଦାବନତି: ମହାରାଷ୍ଟ୍ରରେ ଫଡ୍‌ନବିସ ପଞ୍ଚମ

ମୁମ୍ବାଇ,୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ କ୍ୟାବିନେଟରେ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ତଳ ପାହ୍ୟାକୁ ଖସିବାରେ ଫଡ୍‌ନବିସ ହେଉଛନ୍ତି ରାଜ୍ୟର ପଞ୍ଚମ ନେତା। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନ ପରେ ଭାଜପା ସହ ଶିବସେନାର କ୍ଷମତା ଭାଗବଣ୍ଟା ନ ଛିଣ୍ଡିବାରୁ ଫଡ୍‌ନବିସ ତରବରିଆ ଭାବେ ନଭେମ୍ବର ୨୩ରେ ଏନ୍‌ସିପି ବିଧାୟକ ଅଜିତ ପାଓ୍ବାରଙ୍କୁ ଧରି ଶପଥ ନେଇଥିଲେ। କିନ୍ତୁ ସଂଖ୍ୟା ଯୋଗାଡ଼ କରି ନ ପାରିବାରୁ ୩ ଦିନ ଭିତରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତେବେ ମୁଖ୍ୟମନ୍ତ୍ରୀ ପଦରୁ ଯିବା ପରେ କନିଷ୍ଠ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପ୍ରଥମ ନୁହେଁ। କଂଗ୍ରେସ ନେତା ଶଙ୍କର ରାଓ ଚଭନ ୧୯୭୫ରେ ମୁଖ୍ୟମନ୍ତ୍ରୀ ହୋଇ ୨ ବର୍ଷ ଦାୟିତ୍ୱ ତୁଲାଇଥିଲେ। ପରେ ବସନ୍ତ ଦାଦା ପାଟିଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ୧୯୭୮ରେ ପାଟିଲ କ୍ୟାବିନେଟରେ ମନ୍ତ୍ରୀ ଥିବା ଶରଦ ପାଓ୍ବାର ସେହି ସରକାରର ପତନ ଘଟାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପାଓ୍ବାରଙ୍କ ନେତୃତ୍ୱାଧୀନ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାରରେ ଚଭନ ଅର୍ଥ ମନ୍ତ୍ରୀ ହୋଇଥିଲେ। ଶିବାଜୀରାଓ ପାଟିଲ ନୀଲଙ୍ଗେକର ୧୯୮୫ ଜୁନ୍‌ରୁ ୧୯୮୬ ମାର୍ଚ୍ଚ ପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ। ଏହାର ଅନେକ ବର୍ଷ ପରେ ଅର୍ଥାତ୍‌ ୨୦୦୪ରେ ସୁଶୀଲ ସିନ୍ଧେଙ୍କ କ୍ୟାବିନେଟରେ ତାଙ୍କୁ ରାଜସ୍ବ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ୧୯୯୯ରେ ତତ୍କାଳୀନ ଶିବସେନା ନେତା ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ବର୍ଷେ ମଧ୍ୟରେ ସୀମିତ ରହିଥିଲା। ପରେ ରାଣେ ଶିବସେନା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ବିଳାସରାଓ ଦେଶମୁଖଙ୍କ ନେତୃତ୍ୱାଧୀନ ସରକାରରେ ରାଣେଙ୍କୁ ରାଜସ୍ବ ବିଭାଗ ମିଳିଥିଲା। କଂଗ୍ରେସ ନେତା ଅଶୋକ ଚଭନ ୨୦୦୮ରୁ ୨୦୧୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ରେ ଉଦ୍ଧବ ଠାକ୍‌ରେଙ୍କ ଏମ୍‌ଭିଏ ସରକାରରେ ସେ ପୂର୍ତ୍ତମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କ ଅନ୍ତିମ ଯାତ୍ରାରେ ଏମିତି କ’ଣ କଲେ ରାହୁଲ, ଯାହା ଏବେ ହେଉଛି ଭାଇରାଲ?

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷ ବିଦାୟ ଶନିବାର (ଡିସେମ୍ବର ୨୮, ୨୦୨୪) କରାଯାଇଥିଲା। ଶେଷ ବିଦାୟ ସମୟରେ ରାହୁଲ ଗାନ୍ଧୀଙ୍କ ଅନେକ...

ଚାଇନାକୁ ଦମ ଦେଖାଇଲା ଭାରତ! ୧୪୦୦୦ଫୁଟ ଉପରେ ଲଗାଇଲା ଶିବାଜୀଙ୍କ ବିଶାଳ ପ୍ରତିମା

ନୂଆଦିଲ୍ଲୀ,୨୮।୧୨: ଭାରତ ପୁଣି ଥରେ ଚାଇନାକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ସେନା ଲଦାଖରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛି।...

‘ମୋଦି ସରକାର କରିଛନ୍ତି ଅପମାନ’, ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଗିଲେ ରାହୁଲ

ନୂଆଦିଲ୍ଲୀ,୨୮।୧୨: ଅର୍ଥନୈତିକ ସଂସ୍କାରର ଜନକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶନିବାର (୨୮ ଡିସେମ୍ବର ୨୦୨୪)ରେ ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନରେ ଶେଷ...

ବରଫ ଭିତରେ ଦ୍ରୁତଗତିରେ ଟ୍ରାକ୍‌ରେ ଗଡୁଛି ଟ୍ରେନ୍‌, ଫଟୋ ଶେୟାର କରି ରେଳମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ -କଶ୍ମୀରର ବଣିହାଲ-ବାରମୂଳା ଟ୍ରାକ୍‌ରେ ଟ୍ରେନ୍‌ ପ୍ରବଳ ବରଫ ଭିତରେ କ୍ଷୀପ୍ର ବେଗରେ ଗତି କରୁଛି। ଏହାର ଏକ ଫଟୋ ଶେୟାର କରିଛନ୍ତି କେନ୍ଦ୍ର...

କଂଗ୍ରେସର ଦାବି ମାନିନେଲେ ମୋଦି ସରକାର

ନୂଆଦିଲ୍ଲୀ,୨୮।୧୨: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର (ଡିସେମ୍ବର ୨୫) ରାତିରେ ଘୋଷଣା କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ସରକାର...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଅଜିତ ପାଓ୍ବାରଙ୍କ ଦଳ

ନୂଆଦିଲ୍ଲୀ,୨୮।୧୨: ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି। ଏନସିପି ୧୧ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି...

୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ସକାଳୁ ସକାଳୁ ଛେଚିଲା

ନୂଆଦିଲ୍ଲୀ,୨୮।୧୨: ବର୍ଷା ପରେ ଶୀତ, ଶୀତ ମଧ୍ୟରେ ବର୍ଷା ଲାଗି ରହିଛି। ପ୍ରବଳ ଶୀତ ମଧ୍ୟରେ ଦଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଅନ୍ୟପକ୍ଷେ ୧୦୧...

ଭାଜପାକୁ ନେଇ ଚମକାଇବା ଭଳି ଭବଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଯାଉଛି। ନିର୍ବାଚନ ପାଖେଇ ଆସୁଥିବାରୁ ଆମ ଆଦମୀ ପାର୍ଟି ଭାଜପା ଉପରେ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri