Categories: ଜାତୀୟ

ଅଧରାତିରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଫଡନଭିସ

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାରକୁ ନେଇ ଚର୍ଚ୍ଚା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି। ଶିନ୍ଦେଙ୍କ ଅସନ୍ତୋଷ ଖବର ମଧ୍ୟରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଉଭୟ ମନ୍ତ୍ରୀମଣ୍ଡରେ ବିଭାଗ ବଣ୍ଟନ ବିଷୟରେ ଆଲୋଚନା କରିଥିବା କୁହାଯାଉଛି।
ଏହାପୂର୍ବରୁ ଦାବି କରାଯାଉଥିଲା ଯେ ଶିନ୍ଦେ ଦଳ ସରକାରରେ ଏନସିପି ପ୍ରବେଶକୁ ନେଇ ଶିବସେନା ଅସନ୍ତୁଷ୍ଟ ରହିଛି ଏବଂ ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦେଇପାରନ୍ତି। ତେବେ ଏକନାଥ ନିଜେ ଏହାକୁ ଅସ୍ବୀକାର କରି କହିଛନ୍ତି,ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମୋର କୌଣସି ଯୋଜନା ନାହିଁ। ଏସବୁ ଗୁଜବ ଏବଂ ମୁଁ ଏହା ମଧ୍ୟ ଜାଣେ ଏହା ପଛରେ କିଏ ଅଛି।

Share