Categories: ଜାତୀୟ

ଫଡ଼ନଭୀସ୍‌-ରାଜ୍‌ ଠାକ୍‌ରେଙ୍କ ସୁରକ୍ଷା ବ୍ୟବସ୍ଥା କମିଲା

ମୁମ୍ବାଇ,୧୦।୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରବିବାର ଏକ ବିବାଦୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ କେତେକ ବରିଷ୍ଠ ନେତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍‌, ଏମ୍‌ଏନ୍‌ଏସ୍‌ ପ୍ରମୁଖ ରାଜ୍‌ ଠାକ୍‌ରେ, ଆର୍‌ପିଆଇ ଅଧ୍ୟକ୍ଷ ରାମଦାସ ଉଠାଓ୍ବଲେ ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲ ରହିଛନ୍ତି। ସୁରକ୍ଷା ବ୍ୟବସ୍ଥା କମ କରାଯାଇଥିବାରୁ ଭାଜପା ନେତା ରାମ କଦମ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ଇଣ୍ଟେଲଜେନ୍ସ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କେତେକ ନେତାଙ୍କ ସୁରକ୍ଷା କମ୍‌ କରିବା ପାଇଁ କୁହାଯାଇଥିଲା। ସେହିପରି କେତେକ ନେତାଙ୍କ ସୁରକ୍ଷା ବଢ଼ାଇବା ଲାଗି କୁହାଯାଇଥିଲା। ଇଣ୍ଟେଲଜେନ୍ସ ବିଭାଗ ସମୀକ୍ଷା ରିପୋର୍ଟ ମିଳିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଶାସକ ଦଳ ଜାଣିଶୁଣି ଏଭଳି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Share