Categories: ଜାତୀୟ

ମେ’ ୧୪ ପରେ ଉଦ୍ଧବଙ୍କ ପର୍ଦ୍ଦାଫାଶ୍‌ କରିବାକୁ କହିଲେ ଫଡନାଭିସ …

ମୁମ୍ବାଇ, ୨।୫ : ମହାରାଷ୍ଟ୍ରର ରାଜନୀତିରେ ପୁଣି ଥରେ ଅଯୋଧ୍ୟା ବାବ୍ରି ମସଜିଦର ବିବାଦୀୟ ସ୍ଥଳର ପ୍ରତିଧ୍ୱନୀ ଶୁଣାଯାଉଛି। ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ ରାଜ୍ୟର ମେଣ୍ଟ ସରକାରଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ମେ’ ୧୪ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପର୍ଦ୍ଦାଫାଶ୍‌ କରିବେ। ସେ କହିଛନ୍ତି ଏବେ ଯେଉଁମାନେ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ଭୟ କରୁଛନ୍ତି ସେମାନେ ବାବ୍ରି ମସଜିଦ ଭାଙ୍ଗିବାରେ ଏକାଠି ଥିଲେ ବୋଲି କହୁଥିଲେ।

ଫଡନାଭିସ କହିଛନ୍ତି ଯେ ବିବାଦୀୟ ଢ଼ାଞ୍ଚା ଭାଙ୍ଗିବା ସମୟରେ କୌଣସି ଶିବସେନା ନେତା ଉପସ୍ଥିତ ନ ଥିଲେ। ସୋମାୟା ଗ୍ରାଉଣ୍ଡରେ ଆୟୋଜିତ ବୁଷ୍ଟର୍‌ ଡୋଜ ରାଲିକୁ ସମ୍ବୋଧିତ କରିବାବେଳେ ଫଡନାଭିସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ନବାବ ମଲିକଙ୍କ ବିଷୟରେ ଫଡନାଭିସ କହିଛନ୍ତି ଯେ,ସେମାନେ ଜେଲରେ ଅଛନ୍ତି। ପୂର୍ବରୁ ସେମାନେ ଓ୍ବାର୍କ ଫ୍ରମ ହୋମ୍‌ କରୁଥିଲେ। ବର୍ତ୍ତମାନନ ସେମାନେ ଓ୍ବାର୍କ ଫ୍ରମ୍‌ ଜେଲ କରୁଛନ୍ତି।

ଫଡନାଭିସ କହିଛନ୍ତି ଯେ ଶିବସେନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ସେମାନଙ୍କର ଦୁଇଜଣ ନେତା ଜେଲରେ ଅଛନ୍ତି ଯାହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ସବୁଠାରୁ ଖରାପ କଥା ହେଉଛି ସରକାରୀ ନିଷ୍ପତ୍ତିରେ ସେ ଜେଲରେ ଥିବା ତାଙ୍କ ମନ୍ତ୍ରୀଙ୍କ ଫଟୋ ଦେଖାଉଛନ୍ତି।

ଫଡନାଭିସ କହିଛନ୍ତି ଯେ ଏବେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବାକୁ ଚେଷ୍ଟା କରୁଥିବା ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି। ଏପରି କରାଗଲେ ରାଜ୍ୟର ସାଧାରଣ ଲୋକଙ୍କ ସଙ୍କଟ ଦୂର ହୋଇ ପାରନ୍ତା। ବାର୍‌ ମାଲିକ ଏବଂ ବିଲଡରଙ୍କ ସ୍ବାର୍ଥ ପାଇଁ ଉଦ୍ଧବ ସରକାର କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

Share