Categories: ଜାତୀୟ

ଫଡନାଭିସ କରିବେ କାହାର ପର୍ଦ୍ଦାଫାଶ, ଶିନ୍ଦେଙ୍କ ସରକାରରେ ଅଛନ୍ତି ବହୁ ଅପରାଧୀ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧୦ : ଡ୍ରଗ ମାଫିଆ ଲଲିତ ପାଟିଲଙ୍କ ଗିରଫଦାରୀ ଯୋଗୁଁ ମହାରାଷ୍ଟ୍ରର ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ କଡ଼ା ସମାଲୋଚନା ନେଇ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି ଶିବସେନା ସହ ଲଲିତ ପାଟିଲଙ୍କର କୌଣସି ସମ୍ପର୍କ ନାହିଁ। ଆପଣଙ୍କ ମନ୍ତ୍ରିମଣ୍ଡଳରେ ଦାଦାଜୀ ଭୁସ ନାମକ ଜଣେ ବ୍ୟକ୍ତି ଅଛନ୍ତି, ସେ ଲଳିତିଙ୍କୁ ଶିବସେନାକୁ ଆଣି ତାଙ୍କୁ ନିଜର ଅତି ନିକଟତର ବୋଲି କହିଥିଲେ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଡ୍ରଗ ଡନ ଲଲିତ ପାଟିଲଙ୍କ ବିଷୟରେ କହିଥିଲେ ପାଟିଲ ଜଣେ ଶିବସେନା-ୟୁବିଟି ନେତା, ଯିଏ ଡିସେମ୍ବର ୨୦୨୦ରେ ପ୍ରଥମ ଥର ଧରାପଡିଥିଲେ। ତାଙ୍କୁ ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଥିଲା, ଖୁବ ଶୀଘ୍ର ଏ ବାବଦରେ ଅନେକ ପର୍ଦ୍ଦାଫାଶ ହେବ। ଏହାପରେ ସରକାରଙ୍କ ବିରୋଧରେ ଅଭିଯୋଗ କରୁଥିବା ଲୋକମାନେ ଚୁପ ହୋଇଯିବେ।

ଏହାର ଜବାବରେ ସଞ୍ଜୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସରକାରରେ ବହୁ ଅପରାଧୀ ଅଛନ୍ତି । ଫନନାଭିସ କାହାର ପର୍ଦ୍ଦାଫାଶ କରିବେ। ଲଳିତ ଭାଜପା ମୁହାଁ ହୋଇଥିଲେ। କିନ୍ତୁ ଦାଦାଜୀ ଭୁସ ତାଙ୍କୁ ନିଜ ଦଳକୁ ଆଣିଥିଲେ। ସେ କେବେବି ଶିବସେନାର ସଦସ୍ୟ ହୋଇ ନାହାନ୍ତି। ଫଡନାଭିସ ନିଜ ବୁଦ୍ଧି ଖଟାନ୍ତୁ। ନିଜର ଗୁପ୍ତଚରଙ୍କୁ ଶକ୍ତିଶାଳୀ କରନ୍ତୁ। ନ ହେଲେ ହମାସ ପରି ପରିସ୍ଥିତି ଘଟିବ। ଇସ୍ରାଏଲ ଭାବିଥିଲା ନିଜର ଗୁପ୍ତଚର ଶକ୍ତିଶାଳୀ, ହମାସ କିପରି ଆକ୍ରମଣ କରିପାରିବ। ସେହିପରି ଫଡନାଭିସ ମଧ୍ୟ ଭାବୁଛନ୍ତି ତାଙ୍କର ବୁଦ୍ଧି ଶକ୍ତିଶାଳୀ, କିନ୍ତୁ ଆପଣ ଜାଣି ନାହାନ୍ତି ଆପଣଙ୍କ ପିଠି ପଛରେ କ’ଣ ଘଟୁଛି। ଆମେ ଆପଣଙ୍କ ମନ ଭିତର କଥା ଜାଣିଛୁ। ଆମେ ଆପଣଙ୍କ ମନରେ ଜାରି ରହିଥିବା ନିରାଶାର ଝଡ଼ ପ୍ରବାହ ସମ୍ପର୍କରେ ଜାଣୁ। ଆପଣ ହତାସ ହୋଇଛନ୍ତି। ତେଣୁ ଏଭଳି ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Share