Categories: ଜାତୀୟ

ନବାବ ମଲିକଙ୍କୁ ଆଇନଗତ ନୋଟିସ ପଠାଇଲେ ଫଡନଭୀସ୍‌ଙ୍କ ସ୍ତ୍ରୀ

ମୁମ୍ବାଇ,୧୧।୧୧: ମୁମ୍ବାଇ ଡ୍ରଗ୍ସ ମାମଲା ପରଠାରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଏବଂ ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି। ଗୁରୁବାର ଫଡନାଭୀସଙ୍କ ସ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏକ ଆଇନଗତ ରାସ୍ତା ଆପଣେଇଛନ୍ତି। ତାଙ୍କ ପରିବାରର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରି ଅମୃତା ଦେବେନ୍ଦ୍ର ଫଡନାଭୀସ ନବାବ ମଲିକଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି।
ସୂଚନାଯୋ୍ୟ ଯେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଅଭିଯୋଗ କରିଛନ୍ତି ଯେ, ମଲିକ ଏବଂ ତାଙ୍କ ପରିବାର ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାରେ ଦୁଇଜଣ ଦୋଷୀ ସହିତ ଜମି ଚୁକ୍ତି କରିଛନ୍ତି। ଏହା ପରେ ମଲିକ ପ୍ରତିଶୋଧ ନେଇ ଫଡନାଭୀସ ମହାରାଷ୍ଟ୍ରରେ ଏକ ନକଲି ମୁଦ୍ରା ର଼୍ୟାକେଟ ଚଳାଇଥିବା ଅଭିଯୋଗ କରିଥିଲେ। ମଲିକ ଏ ବିଷୟରେ ଫଡନାଭୀସଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବା ବିଷୟରେ ମଧ୍ୟ କହିଥିଲେ।

Share