Categories: ଖେଳ

ନିଜକୁ ଧୋନୀଙ୍କ ବଡ଼ ପ୍ରଶଂସକ ବୋଲି କହିଲେ ଆର୍‌ସିବି ଅଧିନାୟକ

ନୂଆଦିଲ୍ଲୀ,୧।୩: ଭାରତର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସି ନିଜକୁ ତାଙ୍କ ବଡ଼ ପ୍ରଶଂସକ ବୋଲି କହିଛନ୍ତି। କ୍ରିକେଟରେ ଧୋନୀ ଜଣେ ସର୍ବୋତ୍ତମ ରଣନୀତିଜ୍ଞ। ଜଣେ ଅଧିନାୟକ ଭାବେ ପରିପକ୍ୱ ହେବାରେ ଧୋନୀ ତାଙ୍କ ସହାୟତା କରିଥିଲେ ବୋଲି ଡୁପ୍ଲେସି କହିଛନ୍ତି।

ଡୁପ୍ଲେସି ୨୦୧୧ରୁ ୨୦୧୫ ଏବଂ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଦୁଇ ଥର ଚେନ୍ନାଇ ଟିମ୍‌ର ଅଂଶ ଥିଲେ। ସେ ଗତ ସିଜନରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ଭାବେ ଯୋଡ଼ି ହୋଇଛନ୍ତି। ତେବେ ଆର୍‌ସିବିର ପୋଡକାଷ୍ଟରେ ଡୁପ୍ଲେସି କହିଛନ୍ତି, ସେ ଅଧିନାୟକ ଭାବେ ଷ୍ଟିଫେନ୍‌ ଫ୍ଲେମିଂ ହୋଇପାରିବେ ନାହିଁ କି ମହେନ୍ଦ୍ର ସିଂହ ଧୋନୀ ହୋଇପାରିବେ ନାହିଁ ବୋଲି ଅନୁଭବ କରିଥିଲେ। ଶେଷରେ ସେ ନିଜ ଭଳି ହେବାକୁ ସ୍ଥିର କରିଥିଲେ। କାରଣ ଅନ୍ୟ ଭଳି ହେବାକୁ ଚେଷ୍ଟା କରିବା ଭଳି ଚାପରେ ଥିବା ଭଳି ମନେ ହୁଏ ଏବଂ ଆଶା ମୁତାବକ ପ୍ରଦର୍ଶନ କରିହୁଏ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Share