ବମ୍ବେ: ଟେଲି ଅଭିନେତା ଫହମାନ ଖାନ୍ଙ୍କ ହାତରେ ଲାଗିଛି ବଡ଼ ପ୍ରୋଜେକ୍ଟ। ନିର୍ଦ୍ଦେଶକ ଏକତା କପୁରଙ୍କ ସୁପରହିଟ୍ ଧାରାବାହିକ ‘ନାଗିନ’ର ଆଗାମୀ ସଂସ୍କରଣରେ ନଜର ଆସିପାରନ୍ତି ସେ। ‘ନାଗିନ ୬’ର ସଫଳତା ପରେ ଏବେ ‘ନାଗିନ ୭’ର କାହାଣୀ ହୋଇଛି ପ୍ରସ୍ତୁତ। ପ୍ରଥମେ ଏହାର ନାୟିକା ଭାବେ ପ୍ରିୟଙ୍କା ଚାହର ନଜର ଆସିପାରନ୍ତି। ଏଭଳି ସ୍ଥିତିରେ ଫହମାନଙ୍କ ସହ ତାଙ୍କ ଯୋଡ଼ି ଦର୍ଶକଙ୍କୁ ପସନ୍ଦ ଆସିପାରେ।
କଲର୍ସରେ ପ୍ରସାରିତ ‘ଧର୍ମପତ୍ନୀ’ ଧାରାବାହିକରେ ନଜର ଆସୁଛନ୍ତି ଫହମାନ। ଏହା ଅକ୍ଟୋବରରେ ଶେଷ ହେବ। ପରେ ସେ ନାଗିନ ୭ ଲାଗି ଅଡିସନ୍ ଟେଷ୍ଟ ଦେବେ ବୋଲି କୁହାଯାଉଛି। ନିର୍ମାତା ତାଙ୍କ ଅଭିନୟ ଦେଖିବା ପରେ ସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଯଦି ସବୁକିଛି ଠିକ୍ ରୁହେ ତେବେ ଏକ ପ୍ରକାର ଫହମାନଙ୍କ ହାତରେ ବଡ଼ ପ୍ରୋଜେକ୍ଟ ଲାଗିପାରେ।