ବିଜୟ ନୁହନ୍ତି ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା, କରିଥିଲେ ନିର୍ବନ୍ଧ…

ବମ୍ବେ: ଭାରତର ‘ନ୍ୟାଶନାଲ କ୍ରସ’ ରଶ୍ମିକା ମନ୍ଦାନାଙ୍କ ପାଇଁ ଆଜିର ଦିନ ବହୁତ ଖାସ୍‌। କାରଣ ୧୯୯୬ ମସିହା ଆଜିର ଦିନରେ କର୍ନାଟକର ବିରାଜପେଟରେ ଜନ୍ମଗ୍ରହଣ କରିଥିଲେ ସେ। ପାଠପଢ଼ାରେ ବେଶ ଭଲ ଥିଲେ ହେଁ ଅଭିନୟକୁ ନିଜର କ୍ୟାରିୟର ଭାବେ ଚୟନ କରିଛନ୍ତି ରଶ୍ମିକା। ଖୁବ୍‌ କମ୍‌ ସମୟରେ ସେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି।

ରଶ୍ମିକା ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ନାମ। ୨୦୧୬ରେ ସେ ନିଜର ଡେବ୍ୟୁ କରିଥିଲେ। ‘କିରିକ ପାର୍ଟି’ର ସଫଳତା ପରେ ‘ଗୀତା ଗୋବିନ୍ଦମ’, ‘ସରିଲେରୁ ନିକେବ୍ବାରୁ’, ‘ପୁଷ୍ପା’ ଭଳି ଫିଲ୍ମରେ କାମ କରିଛନ୍ତି ସେ। ତାଙ୍କର କ୍ୟୁଟ୍‌ନେସ ସାଙ୍ଗକୁ ଦମ୍‌ଦାର ଅଭିନୟ ଯୋଗୁ ସେ ‘ନ୍ୟାଶନାଲ କ୍ରସ୍‌’ ପାଲଟିଛନ୍ତି।

୨୬ ବର୍ଷରେ ସଫଳତାର ସ୍ବାଦ ଚାଖିଥିବା ରଶ୍ମିକା ବ୍ୟକ୍ତିଗତ ଜୀବନରେ ସେତିକି ବିଫଳ। ପ୍ରଥମ ଫିଲ୍ମ ସମୟରେ ସେ ଅଭିନେତା ରକ୍ଷିତ ସେଟ୍ଟୀଙ୍କୁ ଭେଟିଥିଲେ। ଉଭୟ ପ୍ରେମରେ ପଡ଼ିଥିଲେ। ପରେ ସେମାନେ ୨୦୧୭ରେ ନିର୍ବନ୍ଧ କରିନେଇଥିଲେ। ହେଲେ ଉଭୟଙ୍କ ଲଭ୍‌ଷ୍ଟୋରୀ ବେଶି ଦିନ ଚାଲି ନ ଥିଲା। ୨୦୧୮ରେ ଉଭୟ ଅଲଗା ହୋଇଯାଇଥିଲେ।

ରଶ୍ମିକା ଏବେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ପ୍ରେମରେ ବୋଲି କୁହାଯାଏ। ଏକାଠି ସମୟ ବିତାଇବାକୁ ସେମାନେ ପସନ୍ଦ କରୁଛନ୍ତି। ଖୁବ୍‌ଶୀଘ୍ର ଉଭୟ ବିବାହ କରିପାରନ୍ତି ବୋଲି କୁହାଯାଏ।

Share