୩୩ ବର୍ଷ ହେବ ଇଂଲିଶ ଯୋଗୁ ଦଶମ ବୋର୍ଡ ପରୀକ୍ଷାରେ ହେଉଥିଲେ ଫେଲ, ଏବେ କଲେ ପାସ୍‌, ଜାଣନ୍ତୁ କେମିତି..

ନୂଆଦିଲ୍ଲୀ, ୩୧।୭: ୩୩ ବର୍ଷ ହେବ ଯାହା ହୋଇପାରୁ ନ ଥିଲା ତାହା କରି ଦେଖାଇଛି କରୋନା। କଥାଟା ହେଲା, ହାଇଦ୍ରାବାଦର ମହମ୍ମଦ ନୁରୁଦ୍ଦିନ(୫୧) ଗତ ୩୩ ବର୍ଷ ପରେ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ତାହା ପୁଣି କରୋନା ପାଇଁ।
ପ୍ରକୃତ କଥା ହେଲା, ନୁରୁଦ୍ଦିନ ଗତ ୩୩ ବର୍ଷ ହେଲା ଦଶମ ବେର୍ଡ ପରୀକ୍ଷା ଦେଇ ଆସୁଥିଲେ। ସବୁ ବର୍ଷ ସେ ଫେଲ୍‌ ହେଉଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ହାର ମାନି ନ ଥିଲେ। ଶେଷରେ ଭାଗ୍ୟ ତାଙ୍କର ସାଥ୍‌ ଦେଇଛି। କରୋନା ସଂକ୍ରମଣ ଯୋଗୁ ରାଜ୍ୟ ସରକାର ସମସ୍ତ ଛାତ୍ରଙ୍କୁ ପାସ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ନୁରୁଦ୍ଦିନ ପରୀକ୍ଷାରେ ପାସ୍‌ କରିଛନ୍ତି। ଏକ ସାକ୍ଷାତକାରରେ ନୁରୁଦ୍ଦିନ କୁହନ୍ତି, ୧୯୮୭ ମସିହାରୁ ଲଗାତାର ଭାବେ ସେ ଦଶମ ପରୀକ୍ଷା ଦେଇଆସୁଥିଲେ। ଇଂଲିଶରେ ଖରାପ ମାର୍କ ଯୋଗୁ ସେ ପ୍ରତିବର୍ଷ ଫେଲ ହେଉଥିଲେ। ମାତ୍ର ଏଥର ସେ ସଫଳ ହୋଇଛନ୍ତି। କାରଣ କୋଭିଡ୍‌-୧୯ ପାଇଁ ସରକାର ସମସ୍ତ ଛାତ୍ରଙ୍କୁ ପାସ୍‌ କରିଦେଇଛନ୍ତି।

Share