ପ୍ରେମରେ ବିଫଳ: ବେକରେ ଗାମୁଛା ଲଗାଇ ଝୁଲିପଡ଼ିଲେ ଯୁବକ

କୋକସରା,୧୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଗୋବର୍ଦ୍ଧନ ମାଝି (୩୦) ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରେମରେ ବିଫଳ ହେବା ପରେ ହତାଶହୋଇ ଗୋବର୍ଦ୍ଧନ ଏଭଳି କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗୋବର୍ଦ୍ଧନ ଜଣେ ନାବାଳିକାକୁ ଭଲ ପାଉଥିଲେ। କୌଣସି କାରଣକୁ ନେଇ ପ୍ରେମ ସମ୍ପର୍କରେ ଫାଟ ହେବାରୁ ଶୁକ୍ରବାର ସକାଳେ ଘରୁ ଗାଧେଇବାକୁ ବାହାରି ଗିରିଗୋବରର୍ଦ୍ଧ ପାହାଡ଼ ନୂଆବନ୍ଧ ପାଖ ଏକ ନିମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧/୨୩) ରୁଜୁ କରି ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛିି।