ପ୍ରାର୍ଥୀପତ୍ର ଦାଖଲ କରିପାରିଲେନି, ଥାନାରେ ମାମଲା

କେନ୍ଦୁଝର, ୨୪।୧ (ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲବେଳେ କେତେକ ଲୋକ ଗଣ୍ଡଗୋଳ କରି ଅଫିସରେ ତାଲା ପକାଇବାସହ ଉକ୍ତ ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ କରାଇ ଦେଇ ନ ଥିବା ନେଇ ପ୍ରଥମେ ଯୋଡ଼ା ବିଡିଓଙ୍କ ନିକଟରେ ଏବଂ ପରେ ବାମେବାରୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ବାମେବାରୀ ପୋଲିସ ଏକ ମାମଲା (ନଂ ୧୨/ ୨୦୨୨) ରୁଜୁ କରି ତଦନ୍ତ ଚଳାଇଛି।
ଅନୁଯାୟୀ, ପୁରୁଣାଡିହି ଗ୍ରାମର ଗୌରୀ ନାୟକ ୨୧ ତାରିଖ ଦିନ ୧୧ଟା ସମୟରେ ବଡକାଳିମାଟି ପଞ୍ଚାୟତକୁ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ତାଙ୍କ ସମର୍ଥକ ଏବଂ ପ୍ରସ୍ତାବକଙ୍କ ସହ ଆସିଥିଲେ। ଏହି ସମୟରେ ବଡକାଳିମାଟି ପଞ୍ଚାୟତ ଅଫିସ ସମ୍ମୁଖରେ କେତେଜଣ ବ୍ୟକ୍ତି ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଦେଇ ନ ଥିଲେ ଏବଂ ସେମାନଙ୍କ ହାତରୁ ପ୍ରାର୍ଥତ୍ପତ୍ର ଛଡାଇ ନେଇ ଚିରିଦେବା ସହ ଗାଳିଗୁଲଜ କରିଥିଲେ। ନାମାଙ୍କନ ଦାଖଲ କଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଉପସ୍ଥିତ ପୋଲିସ ପକ୍ଷରୁ ପ୍ରାର୍ଥୀଙ୍କୁ ସୁରକ୍ଷା ଦିଆ ନ ଯିବାରୁ ସରପଞ୍ଚ ପ୍ରାର୍ଥୀ ନାୟକ ମନୋନୟନ ପତ୍ର ଦାଖଲ କରି ନ ପାରି ଫେରିଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ବାମେବାରି ଥାନା ଅଧିକାରୀ ଏ.ଏମ.ଟୁଡୁ କହିଛନ୍ତି, ମାମଲା ରୁଜୁ କରିବା ପରେ ଏହାର ତଦନ୍ତ ଦାୟିତ୍ୱ ଡିଏସପିଙ୍କୁ ଦିଆଯାଇଛି ା ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।