Categories: ଜାତୀୟ

ବଳାତ୍କାରରେ ବିଫଳ ହେବାରୁ ମହିଳାଙ୍କୁ କାର୍‌ରୁ ଫିଙ୍ଗି ଦେଲେ

କାନପୁର,୧୨।୯: ଉତ୍ତରପ୍ରଦେଶର କାନପୁରର ଛକେରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଓ ତାଙ୍କର କିଛି ସାଙ୍ଗ ଜଣେ ମହିଳାଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର ଉଦ୍ୟମ କରିଥିଲେ। ସେଥିରେ ବିଫଳ ହେବାରୁ ମହିଳାଙ୍କୁ କାର୍‌ରୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଯୁବକଙ୍କ ପ୍ରେମ ନିବେଦନକୁ ମହିଳା ଜଣଙ୍କ ପ୍ରତ୍ୟାଖାନ କରିଥିଲେ। ଯଦ୍ୱାରା ଯୁବକ ଜଣକ ରାଗିଯାଇ ବଳାତ୍କାର ଉଦ୍ୟମ କରିଥିଲେ। କିନ୍ତୁ ମହିଳା ଜଣଙ୍କ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କ ତଣ୍ଟି ଚିପିବାକୁ ଚେଷ୍ଚା କରିଥିଲେ ବୋଲି ପୀଡ଼ିତା ପୋଲିସକୁ ଜଣାଇଛନ୍ତି। ଅଭିଯୁକ୍ତ ଯୁବକ କଥାରେ ଫସାଇ ମହିଳାଙ୍କୁ କାର୍‌ରେ ବସାଇ ଡୋର ଲକ କରିଦେଇଥିଲେ। କାର୍‌ର ଲାଇଟ ଅଫ୍‌ କରିବା ସହ ଅଧିକ ସାଉଣ୍ଡ ଦେଇ ଗୀତ ବଜାଇଥିଲେ। ବଳତ୍କାରରେ ବିଫଳ ହେବାରୁ ତାଙ୍କୁ ରାସ୍ତାକୁ ଫୋପାଡ଼ି ଦେଇଥିଲେ। ଘଟଣା ପରେ ଯୁବତୀ ଜଣକ ପୋଲିସରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ନ ଥିବା ସେ କହିଛନ୍ତି।

Share