ଅର୍ଥ ବ୍ୟବସ୍ଥାରେ ବିଫଳ

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ସରକାରର ଦୁଇଟି ଅଲଗା ପାଳିର କାର୍ଯ୍ୟଧାରାକୁ ଭିନ୍ନ ବାଟରେ ଭିନ୍ନ ଭାବେ ଦେଖାଯାଇପାରେ। ପ୍ରଥମରେ ଏନ୍‌ଡିଏର ଆର୍ଥିକ ସଂସ୍କାର ପାଇଁ ତୀବ୍ର ଇଚ୍ଛା ଥିଲା। ଦ୍ୱିତୀୟରେ ସେହି ଇଚ୍ଛା ଆଉ କାହା ସପକ୍ଷରେ ଚାଲିଯାଇଥିବା ଦେଖାଯାଇଛି। ତେବେ ଆସନ୍ତୁ ପ୍ରଥମେ ୨୦୧୪-୧୯ ଅବଧିକୁ ଦେଖିବା। ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ଘରୋଇ ଉପତ୍ାଦ (ଜିଡିପି)ରେ ମାନୁଫାକ୍‌ଚରିଂ ଶେୟାର ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ। ୨୫ ସେପ୍ଟେମ୍ବର ୨୦୧୪ରେ ଆରମ୍ଭ କରାଯାଇଥିବା ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଏହା କରିଥିଲେ। ମେକ୍‌ ଇନ୍‌ ଇଣ୍ଡିଆର ତିନୋଟି ଲକ୍ଷ୍ୟ ଥିଲା। ଏଗୁଡ଼ିକ ହେଲା, ପ୍ରଥମରେ ଜିଡିପିରେ ମାନୁଫାକ୍‌ଚରିଂ ଶେୟାର ୧୬%ରୁ ୨୫%କୁ ବୃଦ୍ଧି କରିବା; ଦ୍ୱିତୀୟରେ ଏହା ହାସଲ କରିବା ଲାଗି ମାନୁଫାକ୍‌ଚରିଂ ଅଭିବୃଦ୍ଧି ବାର୍ଷିକ ୧୨% ହାରରେ ବୃଦ୍ଧି (୮% ଜିଡିପି ଅଭିବୃଦ୍ଧି ତୁଳନାରେ) କରିବା ଏବଂ ତୃତୀୟରେ ମାନୁଫାକ୍‌ଚରିଂରେ ୧୦ କୋଟି ଚାକିରି ସୃଷ୍ଟି କରିବା। ଏହା ପର ସଂସ୍କାର ଥିଲା ବିମୁଦ୍ରୀକରଣ। ୮ ନଭେମ୍ବର ୨୦୧୬ରେ ଏହା ଘୋଷଣା କରାଯାଇଥିଲା। କଳାଟଙ୍କା ହଟାଇ ଅର୍ଥ ବ୍ୟବସ୍ଥାକୁ ଲାଭ ଦେବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା। ତା’ ପର ବର୍ଷ ଅର୍ଥାତ୍‌, ୧ ଜୁଲାଇ ୨୦୧୭ରେ ଏକକ ମାର୍କେଟ ବ୍ୟବସ୍ଥା ଲକ୍ଷ୍ୟରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ କରାଯାଇଥିଲା। ଏହା ବିଭିନ୍ନ କ୍ଷେତ୍ରରେ ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆଣିବ ବୋଲି ସରକାର କହିଥିଲେ। କାରଣ ବିଶ୍ୱ ବ୍ୟାଙ୍କର ଡୁଇଂ ବିଜ୍‌ନେସ ଇଣ୍ଡେକ୍ସରେ ଭାରତ ଉପରକୁ ଉଠିବା ଯୋଗୁ ଏହାକୁ ଉତ୍ସାହିତ କରାଯାଇଥିଲା। ନୀତି ଆୟୋଗ ୩୨ ସୂଚକାଙ୍କକୁ ନିରୀକ୍ଷଣ କରି କିଭଳି ଭାରତର ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ହେବ ତାହା ନିର୍ଦ୍ଧାରଣ କରିବେ ବୋଲି ସରକାର ପ୍ରକାଶ କରିଥିଲେ। ଏସବୁ କ୍ଷେତ୍ରରେ କ’ଣ ଘଟିଲା ତାହା ସମସ୍ତେ ଜାଣନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ପ୍ରାପ୍ତ ଅଧିକାଂଶ ତଥ୍ୟଗୁଡ଼ିକରୁ ଆମେ ଏକ ସାରାଂଶ ପ୍ରସ୍ତୁତ କରିପାରିବା। ଜିଡିପିର ମାନୁଫାକ୍‌ଚରିଂ ଶେୟାର ବୃଦ୍ଧି ପାଇବା ବଦଳରେ ୧୬%ରୁ ହ୍ରାସ ପାଇ ଏବେ ୧୩%ରେ ରହିଛି। ୨୦୧୪ ପରେ ମାନୁଫାକ୍‌ଚରିଂ ଅଭିବୃଦ୍ଧି ହାର ନକାରାମତ୍କ ରହିଛି। ଅଶୋକ ୟୁନିଭର୍ସିଟିର ସେଣ୍ଟର ଫର୍‌ ଇକୋନୋମିକ୍ସ ଡାଟା ଆଣ୍ଡ୍‌ ଆନାଲିସିସ୍‌ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମାନୁଫାକ୍‌ଚରିଂରେ ଚାକିରି ଅଧା ଅର୍ଥାତ୍‌ ୫ କୋଟିରୁ ହ୍ରାସ ପାଇ ୨୦୨୧ରେ ୨.୭ କୋଟିରେ ପହଞ୍ଚତ୍ଛି। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଅଧିକ ଲୋକ କାମ କରିଛନ୍ତି। ୨୦୧୬ରେ ଏମାନଙ୍କ ସଂଖ୍ୟା ୧୪ କୋଟି ଥିବାବେଳେ ୨୦୨୧ରେ ୧୫ କୋଟି ଓ ୨୦୨୨ ମାର୍ଚ୍ଚ ସୁଦ୍ଧା ଏହା ଉପରେ ଆଉ ୧.୫ କୋଟି ବୃଦ୍ଧି ପାଇଛି। ଏଥିରୁ ବୁଝାପଡ଼ୁଛି, ମାନୁଫାକ୍‌ଚରିଂରେ ଚାକିରି ୨.୩ କୋଟି କମିଥିବାବେଳେ କୃଷିରେ ଚାକିରି ୨.୫ କୋଟି ବଢ଼ିଛି।
ଅର୍ଥ ବ୍ୟବସ୍ଥା ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଜାନୁୟାରୀ ୨୦୧୮ରୁ କ୍ରମାଗତ ଭାବେ ଜିଡିପି ଅଭିବୃଦ୍ଧି ଭୁଶୁଡିବା ଆାରମ୍ଭ ହୋଇଥିଲା ଏବଂ ମହାମାରୀ ଆରମ୍ଭରେ ଏହା ଶୂନ ଥିଲା। ଗତ ଦୁଇ ବର୍ଷରେ ଭାରତର ଅର୍ଥ ବ୍ୟବସ୍ଥାରେ ଅଭିବୃଦ୍ଧି ପ୍ରାୟ ୧.୫% ହୋଇଛି। ମୋ ମତରେ ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ଏହା ଉପରେ ଧ୍ୟାନ ଦେଇ ନ ଥିଲେ ବୋଲି ପରିଣାମରୁ ସ୍ପଷ୍ଟ ହୋଇଗଲା। ୨୦୧୯ ନିର୍ବାଚନ ପରେ ଅର୍ଥ ବ୍ୟବସ୍ଥାରେ କୌଣସି ବଡ଼ ଘୋଷଣା କିମ୍ବା ବିଜ୍ଞ ପଦକ୍ଷେପ ନିଆଯାଇନାହିଁ। ଏହା ପରିବର୍ତ୍ତେ ସରକାର ଅନ୍ୟ ବାଟ ଆପଣାଇଛନ୍ତି, ଯାହା ତାଙ୍କ ପଦକ୍ଷେପଗୁଡ଼ିକରୁ ସ୍ପଷ୍ଟ ହୋଇଛିି। ୫ ଅଗଷ୍ଟ ୨୦୧୯ରେ କଶ୍ମୀର ଏହାର ସାମ୍ବିଧାନିକ ସ୍ବାୟତ୍ତତା ହରାଇଲା। ତା’ପୂର୍ବ ମାସରେ, ୩୦ ଜୁଲାଇ ୨୦୧୯ରେ, ସୁପ୍ରିମକୋର୍ଟ ଦ୍ୱାରା ଅଗଷ୍ଟ ୨୦୧୭ରେ ରଦ୍ଦ ହୋଇଥିବା ତିନି ତଲାକକୁ ଅପରାଧୀକରଣ କରାଯାଇଥିଲା। ୯ ଡିସେମ୍ବର ୨୦୧୯ରେ ନାଗରିକତ୍ୱ ସଂସୋଧନ ଆଇନ(ସିଏଏ) ପାସ୍‌ କରାଗଲା। ୨ ଅଗଷ୍ଟ ୨୦୧୯ରେ ୟୁଏପିଏ ଆଇନ ସଂଶୋଧନ କରାଗଲା ଓ ସରକାର ଯାହାକୁ ଚାହଁିବେ ଜଣେ ସନ୍ତ୍ରାସବାଦୀ ଭାବେ ଅଭିହିତ କରିବା ଲାଗି ଏହା ଅନୁମତି ଦେଲା। ପୁନଶ୍ଚ ୯ ନଭେମ୍ବର ୨୦୧୯ରେ ହିନ୍ଦୁମାନଙ୍କ ସପକ୍ଷରେ ଅଯୋଧ୍ୟା ରାୟ ପ୍ରକାଶ ପାଇଲା। ଡିସେମ୍ବର ୨୦୨୧ରେ ହରିୟାଣା ସରକାର ସର୍ବସାଧାରଣ ସ୍ଥାନରେ ଏକାଠି ନମାଜ ପାଠ କରିବାକୁ ଦେଇଥିବା ଅନୁମତିକୁ ପ୍ରତ୍ୟାହାର କରିନେଲେ।
ଭାଜପା ସହ ଜଡ଼ିତ ଗୋଷ୍ଠୀଗୁଡ଼ିକ ନେତୃତ୍ୱରେ ଖ୍ରୀଷ୍ଟିଆନ୍‌ଙ୍କ ଉପରେ ଆକ୍ରମଣ ବଢ଼ିଛି। ୨୦୧୪ରେ ଏଭଳି ୧୨୭ ଆକ୍ରମଣ କରାଯାଇଥିବାବେଳେ ୨୦୨୧ରେ ଏହି ସଂଖ୍ୟା ପହଞ୍ଚିଥିଲା ୪୮୬ରେ। ବିଶେଷକରି କର୍ନାଟକ ସମେତ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଏଭଳି ଆକ୍ରମଣ ହୋଇଥିଲା। ଏହି ସମୟରେ ୭ ଭାଜପା ରାଜ୍ୟ କର୍ନାଟକ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଏବଂ ଗୁଜରାଟରେ ହିନ୍ଦୁ-ମୁସଲମାନ ବିବାହକୁ ଅପରାଧୀକରଣ କରାଯାଇଛି। ହେଲେ ଭାଜପା ଏହାର ୨୦୧୪ ପ୍ରଥମ ପାଳିରେ ଏ ପ୍ରକାର ଘଟଣାସବୁ କରିବାକୁ ପ୍ରେରିତ କରି ନ ଥିଲା। ଏଥିରୁ ବୁଝାପଡୁଛି, ଭାଜପା ଦ୍ୱିତୀୟ ପାଳିରେ ଅର୍ଥ ବ୍ୟବସ୍ଥାରୁ ଧ୍ୟାନ ହଟାଇ ସାମାଜିକ କାର୍ଯ୍ୟକ୍ରମକୁ ମୁଖ୍ୟତଃ ଗୁରୁତ୍ୱ ଦେଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ଜିଡିପିର ମାନୁଫାକ୍‌ଚରିଂ ଶେୟାର ବୃଦ୍ଧି ବିଷୟରେ କହୁଥିବା ଆମେ ଶୁଣୁନାହଁୁ। କାହିଁକି ଆମ ଶ୍ରମଶକ୍ତି ଭାଗୀଦାରି ହାର ଭୁଶୁଡ଼ିପଡ଼ିଛି ଏବଂ କାହିଁକି ୨୦୧୯ ପରଠାରୁ ବେରୋଜଗାର ରେକର୍ଡ ସ୍ତର ୬%ରେ ରହିଛି, ତାହା ମଧ୍ୟ ଶୁଣିବାକୁ ପାଉନାହଁୁ। ଶେଷ କଥା ହେଉଛି, ଅର୍ଥ ବ୍ୟବସ୍ଥାରେ ଭାଜପା ଯାହା ହାସଲ କରିବାକୁ ଚାହଁୁଥିଲା ସେଥିରେ ବିଫଳ ହୋଇଛି। ଅନ୍ୟ ପକ୍ଷରେ ଏହା ସାମାଜିକ ଏକତା ଏବଂ ସଦ୍‌ଭାବନାକୁ ପ୍ରଭାବିତ କରି ଯାହା ହାସଲ କରିବାକୁ ଚାହଁିଛି ସେଥିରେ ସଫଳ ହୋଇଛି ବୋଲି ଆମେ ନିଶ୍ଚିତ ହୋଇପାରିବା।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri