Categories: ଫୁରସତ

‘ହାର୍‌ ମାନିବା ବିକଳ୍ପ ନୁହେଁ’

ଓ୍ବେଲିଂଟନ: ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ଆଇଲାଣ୍ଡରେ ୨୦୧୯ ଡିସେମ୍ବର ୯ରେ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା। ଏଥିରେ ୨୨ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୫ ଗୁରୁତର ଭାବେ ଆହତ ହୋଇଥିଲେ। ବିସ୍ଫୋରଣ ସମୟରେ ଷ୍ଟିଫେନ୍‌ କୋରାଲ ବ୍ରୋଭିଟ ତାଙ୍କ ବାପା ଓ ଭଉଣୀଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ତେବେ ଦୁର୍ଘଟଣାରେ କୋରାଲ ତାଙ୍କ ବାପା ଓ ଭଉଣୀଙ୍କୁ ହରାଇଥିଲେ। ଏଥିରେ କୋରାଲଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିଲା। ବର୍ତ୍ତମାନ କୋରାଲ ସୁସ୍ଥ। ୨ ବର୍ଷ ପରେ ଇନ୍‌ଷ୍ଟାଗ୍ରାମରେ ସେ ତାଙ୍କ ପ୍ରଥମ ସେଲ୍‌ଫି ଶେୟାର କରିଛନ୍ତି। କୋରାଲ ୨ ସପ୍ତାହ କୋମାରେ ରହିବାପରେ ଦୀର୍ଘଦିନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ବ୍ୟାଣ୍ଡେଜ୍‌ ଗୁଡ଼ାହୋଇ ରଖାଗଲା। ହାର୍‌ ମାନିବା ବିକଳ୍ପ ନୁହେଁ ବୋଲି ସେ ତାଙ୍କ କ୍ୟାପ୍ସନରେ ଲେଖିଛନ୍ତି।

Share