ଆଲ୍ଫାବେଟ୍ ଇଙ୍କ୍ କମ୍ପାନୀ ଗୁଗଲ ତା’ର କର୍ମଚାରୀମାନଙ୍କୁ ସର୍ତକ କରାଇ ଦେଇଛି ଯେ ଯଦି ସେମାନେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ ନ କରନ୍ତି ତେବେ ସେମାନଙ୍କୁ ଦରମା ମିଳିବ ନାହିଁ। କେତେକ କ୍ଷେତ୍ରରେ ସେମାନେ ଚାକିରି ହରାଇପାରନ୍ତି ବୋଲି ସିଏନ୍ବିସି ମଙ୍ଗଳବାର ଏକ ରିର୍ପୋଟ ପ୍ରକାଶ କରିଛି। ତେବେ ରିପୋର୍ଟ ଅନୁଯାୟୀ ଗୁଗଲ ଦ୍ବାରା ପ୍ରଦାନ କରାଯାଇଥିବା ଏକ ମେମୋରେ କୁହାଯାଇଛି, ଟିକାକରଣର ସମସ୍ତ କାଗଜପତ୍ର ସ୍ଥିତି ଦେଖାଇବା ଜରୁରୀ । ସିଏନ୍ବିସି ରିପୋର୍ଟ ଅନୁସାରେ କର୍ମଚାରୀଙ୍କୁ ଦିଆଯାଇଥିବା ସମୟସୀମା ଶେଷ ପରେ ଗୁଗଲ ସେହି କର୍ମଚାରୀଙ୍କ ସହ ଯୋଗାଯୋଗ ଆରମ୍ଭ କରିବ ଯେଉଁମାନେ ସେମାନଙ୍କ ଷ୍ଟାଟସ୍ ଅପ୍ଲୋଡ୍ କରିନାହାନ୍ତି କିମ୍ବା ଟିକା ନେଇ ନାହାନ୍ତି।