ଇସ୍ତଫା ନ ଦେଲେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ: ନାନ୍ସି ପିଲୋସି

ଓ୍ବାଶିଂଟନ,୯।୧: ଇସ୍ତଫା ନ ଦେଲେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ ଅଫ ରିପ୍ରେଜେନ୍ଟେଟିଭ୍ସ’ର ବାଚସ୍ପତି ନାନ୍ସି ପିଲୋସି କହିଛନ୍ତି। ଏକ ବିବୃତିରେ ପିଲୋସି କହିଛନ୍ତି, ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦେବେ ବୋଲି ସଦସ୍ୟମାନଙ୍କର ଆଶା। କିନ୍ତୁ, ଯଦି ସେ ଇସ୍ତଫା ନ ଦିଅନ୍ତି, ସମ୍ବିଧାନ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟିକୁ ନିର୍ଦେଶ ଦିଆଯିବ। ନିର୍ବାଚନ ହାରିବା ପରେ କ୍ଷମତା ମୋହ ଛାଡିପାରି ନ ଥିବା ନୋଡାଲ୍ଡ ଟ୍ରମ୍ପ୍‌ କଂଗ୍ରେର ମିଳିତ ବୈଠକରେ ଉତ୍ତେଜନା ପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡଂରେ ଧସେଇ ପଶିବା ସହ ଦଙ୍ଗା ସୃଷ୍ଟି କରିଥିଲେ। ଏହି ଘଟଣାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା।

Share