୨୪ ଘଣ୍ଟାରେ ମାସ୍କ ନ ପିନ୍ଧି ଦେଲେ ୧ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଛତ୍ରପୁର,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ କୋଭିଡ-୧୯ ଗାଇଡଲାଇନ୍‌ ଓ ଲକଡାଉନ ନିୟମକୁ କାର୍ଯ୍ୟକାରୀ ପାଇଁ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ପୋଲିସ ଅଧୀନ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ବାବଦରେ ୧ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଗୋଟିଏ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରିବା ସହ ୯ ହଜାର ୯୦ ଟଙ୍କା ଜବତ ହୋଇଛି। ସେହିପରି ୫ ଜଣଙ୍କୁ ଗିରଫ ସହ ସେମାନଙ୍କଠାରୁ ୨୧୦୦ ଲିଟର ମଦ ଜବତ ହୋଇଛି। ଏସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି।

Share