ବିଫଳତା ହିଁ ସଫଳତା ବାଟ ଦେଖାଇବ: କପିଳ ଦେବ

ଭୁବନେଶ୍ୱର, ୧୯।୧୨(ଅସମାପିକା ସାହୁ): ସବୁ କ୍ଷେତ୍ରରେ ସଫଳ ଓ ବିଫଳ ଅଛି। ବିଫଳ ହେଲେ କେବେ ପଛଘୁଞ୍ଚା ହେବ ନାହିଁ। ତାହା ତୁମକୁ ସଫଳତା ପାଇଁ ବାଟ ଦେଖାଇବ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ପଦ୍ମଭୂଷଣ କପିଳ ଦେବ କହିଛନ୍ତି। ସୋମବାର ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ (ବିଜେଇଏମ୍‌) ସ୍କୁଲ୍‌ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଯାପନ ଅବସରରେ ମୁଖ୍ୟ ଅତିଥିମାନେ ଯୋଗଦେଇ କହିଲେ, ଡୁପ୍ଲିକେଟ୍‌ କେବେ ବି ଅରିଜନାଲଠାରୁ ଭଲ ହୋଇପାରେ ନାହିଁ। ତେଣୁ କାହାକୁ କପି ନ କରି ନିଜେ ଯେମିତି ସେମିତି ରୁହ। ନିଜେ ନିଜ ସହିତ କେବେ ଠକ ନାହିଁ କିମ୍ବା ମିଛ କୁହନାହିଁ। ଯଦି ତୁମେ ନିଜକୁ ମିଛ କହିବ ତେବେ ତୁମେ ସାରା ଜୀବନ ମିଛରେ ହିଁ ଯିବ। ଏହି ଅବସରରେ କପିଳ ଦେବଙ୍କ ସହିତ ଉପସଭାପତି ଡ. ଅଶ୍ୱିନୀ କୁମାର ତିଓ୍ବାରୀ ଭାବ ବିନିମୟ କରିଥିଲେ। ବହୁ ପ୍ରଶ୍ନର ଉତ୍ତର ରଖି କପିଳ ଦେବ କହିଥିଲେ, ୨୦-୩୦ବର୍ଷ ତଳେ ଆମେ ବିଶ୍ୱକପ୍‌ ଜିତିପାରିବୁ କି ନାହିଁ ଭାବି ପାରୁ ନଥିଲୁ। କିନ୍ତୁ ଏବେ ବିଶ୍ୱାସ ହେଉଛି ଯେ ଆମେ ଜିତିପାରିବା। ତାହା ହିଁ ପରିବର୍ତ୍ତନ। ଯଦି ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବ ଏବଂ କଠିନ ପରିଶ୍ରମ କରିବା ତେବେ ଆମେ ଜିତିପାରିବା ବୋଲି ନିଶ୍ଚୟ ବିଶ୍ୱାସ ଆସିବ। ଆମ ସମୟଠାରୁ ଏବେର ଖେଳାଳି ବହୁତ ଭଲ ଖେଳୁଛନ୍ତି ବୋଲି କପିଳ ଦେବ କହିଥିଲେ। ଏଥିସହ ସେ ପରୋକ୍ଷରେ ଭାରତକୁ ଫିଲ୍ଡିଂ କ୍ଷେତ୍ରରେ ଉନ୍ନତି ଆଣିବାକୁ ଆହ୍ବାନ ଦେଇଥିଲେ। ଜଣେ ବ୍ୟାଟିଂ ଏବଂ ବୋଲିଂକୁ ଅଣଦେଖା କରିପାରିବ। କିନ୍ତୁ ଫିଲ୍ଡିଂ କ୍ଷେତ୍ରରେ ନୁହେଁ। ଏଥିରେ ଜଣେ ନିଜର ଉନ୍ନତି ଆଣିପାରିବ। ତେଣୁ ଆମକୁ ସେ ଦିଗରେ ଧ୍ୟାନ ଦେବାକୁ ପଡ଼ିବ। ସେହିଭଳି ରେକର୍ଡ ସମ୍ପର୍କରେ ସେ କହିଲେ, ବର୍ତ୍ତମାନ ସମୟରେ କ୍ରିକେଟର ଲାଇଫ୍‌ରେ ରେକର୍ଡର ମୂଲ୍ୟ ଜିରୋ। ଏହା କେବଳ ଚର୍ଚ୍ଚା ହୋଇପାରିବ। କିନ୍ତୁ ମୁଁ ଯେତେବେଳେ ଖେଳୁଥିଲି, ସେତେବେଳେ ପ୍ରତ୍ୟେକ ରନ୍‌, ପ୍ରତ୍ୟେକ ଓ୍ବିକେଟ୍‌ ମୋର ଜୀବନ ଥିଲା ବୋଲି ମତପ୍ରକାଶ କରିଥିଲେ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ପାଇବ ବୋଲି ଗୁରୁତ୍ୱାରୋପ କରିଥିଲେ। ସ୍କୁଲ ଆମକୁ ବହୁତ କିଛି ଦେଇଥାଏ। ଏବେ ସେହି ସ୍କୁଲ ବା ମନ୍ଦିରକୁ କିଛି ଦେବା ପାଇଁ ସମୟ ଆସିଛି। ତେଣୁ ସ୍କୁଲ ପାଇଁ କିଛି କରିବାକୁ ଆଗେଇ ଆସିବାକୁ ସ୍କୁଲର ପୁରାତନ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କର୍ପୋରେଟର କେ. ଶାନ୍ତି ଯୋଗଦେଇଥିଲେ। ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା ସୁବର୍ଣ୍ଣ ଜୟନ୍ତୀ ବିବରଣୀ ପାଠ କରିଥିଲେ। ଅଧ୍ୟକ୍ଷା ସନ୍ଧ୍ୟା ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ସଭାପତି ରଘୁନାଥ ମିଶ୍ର, ଉପପରିଚାଳକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ସ୍କୁଲ ଅଧ୍ୟକ୍ଷ, ସ୍କୁଲ ଟପ୍ପରଙ୍କୁ ସମ୍ମାନିତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

ବାତ୍ୟାରେ ଜିରୋ କାଜୁଆଲିଟି ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଲୋକଙ୍କୁ ସୁରକ୍ଷିତ ରଖି…

ଭୁବନେଶ୍ୱର,୨୬ା୧୦: ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ମନ୍ତ୍ରୀପରିଷଦ, ଏମ୍‌ପି, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କୁ ବିପତ୍ତି...

ଶିବାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଜି ମିଳିଲା…

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିଲେ ଆଶାକର୍ମୀ । ଆଜି ଶିବାନୀଙ୍କ ଘରେ ପହଞ୍ଚି ସରକାର ବଢ଼ାଇଲେ ସହାୟତାର ହାତ।...

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର,୨୬ା୧୦: ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି।...

ରାଜ୍ୟପାଳଙ୍କୁ ମୁହାଁମୁହିଁ ଚେତାବନୀ: ରାଜନୀତିରୁ…

ଭୁବନେଶ୍ୱର,୨୬।୧୦: ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି। ସେ...

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ...

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri