ନୂଆଦିଲ୍ଲୀ,୧୮।୪ : ଭାରତରେ ଶିକ୍ଷା ପ୍ରଣାଳୀରେ ରହିଥିବା ତ୍ରୁଟି ଯୋଗୁ ବେରୋଜଗାରୀ ସମସ୍ୟା ବଢ଼ିବାରେ ଲାଗିଛି। ବିନା କୌଶଳ ଡିଗ୍ରୀ ହାସଲ କରିବା ପରେ ଯୁବବର୍ଗ ବେକାର ରହୁଛନ୍ତି। ଫଳରେ ଦେଶର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଭାରତର ୧୧୭ ବିଲିୟନ ଡଲାରର ଶିକ୍ଷା ଶିଳ୍ପରେ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।
ନୂତନ କଲେଜ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ସତ୍ତ୍ୱେ ହଜାର ହଜାର ଯୁବବର୍ଗ କୌଣସି ଦକ୍ଷତା ଅବା କୌଶଳ ବିକାଶ ସହିତ ସ୍ନାତକ ଡିଗ୍ରୀ ହାସଲ କରୁଛନ୍ତି। ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଏହି ପରିସ୍ଥିତି ଅର୍ଥନୀତିକୁ ଦୁର୍ବଳ କରୁଛି ।
ପ୍ରତିଭା ମୂଲ୍ୟାଙ୍କନ ସଂସ୍ଥା ହ୍ବିବକ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁୁ ଭାରତର ଅଧାରୁ ଅଧିକ ସ୍ନାତକ ବେକାର ରହିଛନ୍ତି।
ଚାକିରି ପାଇବା ଦୌଡ଼ରେ ଯୁବବର୍ଗମାନେ ଦୁଇ-ତିନି ଡିଗ୍ରୀ ପାଇବା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି।
ଛୋଟ ଆପାର୍ଟମେଣ୍ଟ କିମ୍ବା ବଜାରରେ ଦୋକାନ ଭିତରେ ଚାଲୁଥିବା କଲେଜ ପ୍ରତି ସେମାନେ ଆକର୍ଷିତ ହେବାରେ ଲାଗିଛନ୍ତି। ଚାକିରି ପ୍ରତିଶ୍ରୁତି ପ୍ରଦାନ କରୁଥିବା ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନର ପ୍ରଚାରବୋର୍ଡ ମଧ୍ୟ ଲଗାଯାଉଛି।
ଗୋଟିଏ ପଟେ ଭାରତର ସର୍ବୋଚ୍ଚ ଟେକ୍ନୋଲୋଜି (ଆଇଟି) ଏବଂ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟଗୁଡିକ ଆଲଫାବେଟ ସିଇଓର ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କ ପରି ବିଶ୍ୱ ବ୍ୟବସାୟୀଙ୍କ ସୃଷ୍ଟି କରିଛି। ଅନ୍ୟ ପଟେ, ହଜାର ହଜାର ଛୋଟ ବେସରକାରୀ କଲେଜ ଅଛି ଯେଉଁଥିରେ ନିୟମିତ କ୍ଲାସ ନାହିଁ, ଖରାପ ତାଲିମପ୍ରାପ୍ତ ଅଧ୍ୟାପକ ନିଯୁକ୍ତି ହୁଅନ୍ତି, ପୁରୁଣା ପାଠ୍ୟକ୍ରମ ବ୍ୟବହାର କରନ୍ତି। ଛାତ୍ର ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ କୌଣସି ବ୍ୟବହାରିକ ଅଭିଜ୍ଞତା କିମ୍ବା ଚାକିରି ପ୍ରଦାନ କରନ୍ତି ନାହିଁ।
ସମଗ୍ର ବିଶ୍ୱରେ ଛାତ୍ରମାନେ ବର୍ତ୍ତମାନ ଏକ ଡିଗ୍ରୀର ମୂଲ୍ୟ ଏବଂ ଏହାର ରିଟର୍ଣ୍ଣ ବିଷୟରେ ଅଧିକ ଚିନ୍ତା କରୁଛନ୍ତି। ଆମେରିକାରେ ମଧ୍ୟ ଉଚ୍ଚଶିକ୍ଷା ଉପରେ ବିବାଦ ବିତର୍କ ଆରମ୍ଭ ହୋଇଛି। ଅନେକ ଲାଭକାରୀ ଅନୁଷ୍ଠାନ ମଧ୍ୟ ସରକାରୀ ତଦାରଖର ସମ୍ମୁଖୀନ ହୋଇଛନ୍ତି। ତଥାପି, ଭାରତରେ ଶିକ୍ଷା କ୍ଷେତ୍ରର ଜଟିଳତା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
କେତେକ ଆକଳନ ଅନୁଯାୟୀ, ଭାରତ ହେଉଛି ପୃଥିବୀର ସବୁଠାରୁ ଜନବହୁଳ ଦେଶ। ଏଠାରେ ସରକାର ନିୟମିତ ଭାବେ ଅନ୍ୟ ଦେଶ ତୁଳନାରେ ଯୁବବର୍ଗଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି।