Categories: ଜାତୀୟ

ଫୈଜାବାଦ୍‌ ହେଲା ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ୍‌…

ଲକ୍ଷ୍ନୌ,୨୩।୧୦: ଫୈଜାବାଦ ରେଳ ଷ୍ଟେଶନକୁ ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ ନାମରେ ନାମିତ କରାଯାଇଛି। ଭାଜପା ଏମ୍‌ପି ଲାଲୁ ସିଂଙ୍କ ପ୍ରସ୍ତାବକୁ ରେଳ ବୋର୍ଡ ଅନୁମୋଦନ କରିଛନ୍ତି। ଶନିବାର ବାରାଣସୀରେ ପହଞ୍ଚିଥିବା ଲକ୍ଷ୍ନୌର ଡିଆରଏମ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଫୈଜାବାଦ ଷ୍ଟେଶନର ନାମ ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ ହେବ। ଅଯୋଧ୍ୟା, ଅଯୋଧ୍ୟା କ୍ୟାଣ୍ଟ ଏବଂ ରାମଘାଟ ଷ୍ଟେସନର ମଧ୍ୟ ବିକାଶ କରାଯିବ।

ଅଯୋଧ୍ୟା ଯାଉଥିବା ଭକ୍ତଙ୍କ ପାଇଁ ଏହା ସହଜ ହେବ ବୋଲି ଡିଆରଏମ କହିଛି। ଡିଆରଏମ କହିଛନ୍ତି, ରେଳବାଇ ଅଯୋଧ୍ୟା ଷ୍ଟେସନକୁ ବିକାଶ କରିବାକୁ ଯୋଜନା କରୁଛି ଯାହା ଦ୍ୱାରା ଭକ୍ତମାନେ ଷ୍ଟେଷନରୁ ଅଯୋଧ୍ୟାର ଧାର୍ମିକ ମହତ୍ତ୍ୱକୁ ଅନୁଭବ କରିପାରିବେ।

ପୂର୍ବରୁ ବାରାଣସୀରେ ମାଣ୍ଡୁୱାଡିହ ଏବଂ ଚାନ୍ଦୌଲି ଜିଲାର ମୋଗଲସରାଇ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯାଇଛି। ମାଣ୍ଡୁୱାଡିହକୁୁ ବନାରସ ଏବଂ ମୋଗଲସରାଇ ଷ୍ଟେସନକୁ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ ଭାବରେ ନାମିତ କରାଯାଇଥିଲା। ସେହିପରି ଆହ୍ଲାବାଦକୁ ପ୍ରୟାଗରାଜ ନାମରେ ନାମିତ କରାଯାଇଥିଲା। ଏବେ ରାଜ୍ୟର ଅନ୍ୟ କେତେକ ଷ୍ଟେଶନର ନାମକୁ ପରିବର୍ତ୍ତନ କରିବା ଲାଗି ଯୋଜନା କରାଯାଇଛି।

Share