ଭଦ୍ରକ ଅଫିସ,୩।୧୦: ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ନଗର ଯୁବ କଂଗ୍ରେସ ସଭାପତି ଭାବେ ଫୈଜାନ ଅଲ୍ଲୀ ମନୋନୀତ ହୋଇଛନ୍ତି। ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସୁପାରିଶ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ଅନୁମୋଦନ କ୍ରମେ ଫୈଜାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଫୈଜାନ ଜଣେ ଦକ୍ଷ ସଙ୍ଗଠକ ଭାବେ ଦୀର୍ଘବର୍ଷ ଧରି ଭଦ୍ରକ ବିଧାନସଭା କ୍ଷେତ୍ର ସହରାଞ୍ଚଳରେ କାର୍ଯ୍ୟ କରିବା ସହ ଯୁବବର୍ଗଙ୍କୁ ଦଳୀୟ ଫୋରମକୁ ଆଣିବାକୁ ସକ୍ଷମ ହୋଇଛନ୍ତି। ଏହି ନିଯୁକ୍ତି ପାଇଁ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ଜିଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହୁରିଆ, ଯୁବ କଂଗ୍ରେସ ସଭାପତି ଇଲ୍ଲୀୟାସ ଅଲ୍ଲୀ ଖାନ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।