ଆଇଆଇସିଙ୍କ ନାମରେ ଫେକ୍‌ ଆକାଉଣ୍ଟ

ସୋରଡା ,୧୦।୧: କବିସୂର୍ଯ୍ୟନଗର ଥାନା ଆଇଆଇସି ପ୍ରଭାତ ସାହୁଙ୍କ ନାମରେ କେହି ଜଣେ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲି ଥିବା ଜଣାପଡିଛି। ଏନେଇ ଆଇଆଇସି ସାହୁ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କେହି ଜଣେ ଅସାମାଜିକ ତାଙ୍କ ନାମ ଏବଂ ଫଟୋକୁ ବ୍ୟବହାର କରି ମନ୍ଦ ଉଦ୍ଦେଶ୍ୟରେ ଏପରି କରିଛନ୍ତି। ଉକ୍ତ ଆକାଉଣ୍ଟରୁ ଲୋକଙ୍କୁ ବିଭିନ୍ନ ମେସେଜ କରିବା ସହ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଯାଉଛି। ଏହାକୁ ଗ୍ରହଣ ନ କରିବାକୁ ସେ ନିବେଦନ କରିଛନ୍ତି। ଫେକ୍‌ ଆକାଉଣ୍ଟ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସାହୁ କହିଛନ୍ତି ।