ଅତିରିକ୍ତ ସଚିବଙ୍କ ଜାଲ୍‌ ଦସ୍ତଖତରେ ନକଲି ନିଯୁକ୍ତିପତ୍ର

ଭୁବନେଶ୍ୱର,୩୦ା୯(ସୂର୍ଯ୍ୟକାନ୍ତ ବେହେରା): ରାଜ୍ୟରେ ବର୍ତ୍ତମାନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ପଦବୀ ଲାଗି ପର୍ଯ୍ୟାୟକ୍ରମେ ପରୀକ୍ଷା ଚାଲୁ ରହିଛି। ଏହାକୁ ନେଇ ସାଇବର ଅପରାଧୀମାନେ ବେଶ୍‌ ସକ୍ରିୟ ହୋଇଉଠିଛନ୍ତି। ଆର୍‌ଆଇ ଚାକିରି ଦେବାକୁ କହି ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏନେଇ ଫେକ୍‌ ନିଯୁକ୍ତିପତ୍ର ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଠକେଇ ଜାଲ ବିଛାଇଛନ୍ତି। ଅପରାଧୀମାନେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବଙ୍କ ଜାଲ ଦସ୍ତଖତ ବନାଇ ୪୫ ଜଣଙ୍କ ନକଲି ନିଯୁକ୍ତି ଅର୍ଡର ପ୍ରସ୍ତୁତ କରିଛନ୍ତି, ଯାହା ଏବେ ହ୍ବାଟ୍‌ସଆପ୍‌ ସହ ବିଭିନ୍ନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏହି ଖବର ଜାଣିବା ପରେ ଅତିରିକ୍ତ ସଚିବ ଘଟଣା ସମ୍ପର୍କରେ ତୁରନ୍ତ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏହାସହ ଉକ୍ତ ନକଲି ନିଯୁକ୍ତିପତ୍ରର ପ୍ରମାଣ ପୋଲିସକୁ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ନଂ. ୭୪୨/୨୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୩୦।୯: ଆଜି ଦୁଇ ଦିନିଆ ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଆସନ୍ତାକାଲି ଚାଇଁବାସାର କୋଲହାନ...

ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ...

ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ତିରୁପତି ମନ୍ଦିରରେ ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ଅପମିଶ୍ରିତ ଘିଅ...

‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା...

ପଇଁତରା ମାରୁଛି ପ୍ରଶାସନ, ପୋଲିସ

ଭଦ୍ରକ/ଧାମନଗର,୩୦।୯ (ସନାତନ ରାଉତ/ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ ମହାପାତ୍ର): ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ଉତ୍ତେଜନା ପରଠାରୁ ୧୬୩ ଧାରା ଜାରି ରହିଥିବା ବେଳେ...

ଆଜି ଗୁଜରାଟରେ ହେବ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ୱର,୩୦ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ...

୬ରେ ଆଉ ଏକ ଲଘୁଚାପ, ୧୦ ଯାଏ ଏହି ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।...

ସହରାଞ୍ଚଳ ଶାସନରେ ଓଡ଼ିଶା ଦ୍ୱିତୀୟ

ମୁମ୍ବାଇ,୩୦ା୯: ସହରାଞ୍ଚଳ ଶାସନ କ୍ଷେତ୍ରରେ କେରଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ଦ୍ୱିତୀୟରେ ରହିଛି। ସଦ୍ୟ ପ୍ରକାଶିତ ଅର୍ବାନ ଗଭର୍ନାନ୍ସ ଇଣ୍ଡେକ୍ସ (ୟୁଜିଆଇ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri