Categories: ଫୁରସତ

ଏଏସ୍‌ଆଇ ପରିଚୟ ଦେଇ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଚାଲାଣ କାଟୁଥିଲେ ଏହି ମହିଳା, ଧରାପଡ଼ିବା ପରେ..

କରୋନା କଟକଣାକୁ ନେଇ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହାର ଫାଇଦା ଉଠାଉଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ନିଜକୁ ଏଏସ୍‌ଆଇ ଭାବେ ପରିଚୟ ଦେଇ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରୁଥିଲେ।

ମହିଳାଜଣଙ୍କ ହେଲେ ଜମନ୍ନା ଜହାଁ। ସେ ପୋଲିସ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନରେ ଛିଡ଼ା ହେଉଥିଲେ। ଉକ୍ତ ବାଟଦେଇ ବିନା ମାସ୍କ ପିନ୍ଧି କେହି ଗଲେ ତାଙ୍କୁ ଧରି ନେଇ ଚାଲାଣ କାଟୁଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଅନ୍ୟ ପୋଲିସ ଯାଉଥିଲେ ହେଁ ତାହା ଜାଣିପାରୁ ନ ଥିଲେ। ସେ ସତସତିକା ପୋଲିସ ଭଳି ମନେ ହେଉଥିଲେ।

ବୁଧବାର ସେ ସବୁଦିନ ପରି ପୋଲିସ ଡ୍ରେସ୍‌ ପିନ୍ଧି ରୋଜଗାର କରିବାକୁ ବାହାରିଥିଲେ। ହେଲେ ସେ ଜଣଙ୍କର ଚାଲାଣ କାଟୁଥିବା ବେଳେ ତାଙ୍କୁ ସନ୍ଦେହ ହୋଇଥିଲା। ସେ ଏନେଇ ତିଳକ ନଗର ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିନେଇଥିଲେ। ଏବେ ପୋଲିସ ନକଲି ଚାଲାଣ ବୁକ୍‌, ପୋଷାକ ଏବଂ ନେମ୍‌ ପ୍ଲେଟ୍‌ କେଉଁଠୁ ମିଳିଲା ସେ ନେଇ ତଦନ୍ତ କରୁଛି।

Share