କଟକରେ ପୁଣି ନକଲ କୋଲ୍‌ଡଡ୍ରିଙ୍କ୍ସ

କଟକ ଅଫିସ, ୨୭।୮: କଟକରେ ପୁଣି ନକଲି ଜିନିଷ ଜବତ କରାଯାଇଛି। କଟକ ଜଗତପୁରରେ ନକଲି କୋଲ୍‌ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଠାବ ହୋଇଛି। ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିଲା। ସେଠାରେ ନାମୀଦାମୀ କମ୍ପାନୀର ଲୋଗୋକୁ ବ୍ୟବହାର କରି ପ୍ୟାକିଂ କରାଯାଉଥିବା ଦେଖିବାକୁ ମିଳିଥିଲା। ସେଠାରୁ ବିଭିନ୍ନ କମ୍ପାନୀର ଲୋଗୋ, ଷ୍ଟିକର ଆଦି ଜବତ ହୋଇଛି । କେବଳ କୋଲ୍‌ଡଡ୍ରିଙ୍କ୍ସ ନୁହେଁ, ଏହା ପୂର୍ବରୁ ନକଲି ସସ୍‌, ଲଙ୍କାଗୁଣ୍ଡ, ଘିଅ, ହଳଦୀ, ମସଲା ଆଦି ଜବତ ହୋଇଥିବା ନଜରକୁ ଆସିଥିଲା ତେଣୁ ଏହି ଘଟଣା ପରେ କଟକ ନକଲି ଜିନିଷର ହବ ବୋଲି ଚର୍ଚ୍ଚା ମଧ୍ୟ ହେଉଛି।